ଓଡିଶା ସାସ୍କୃତିକ ମହୋତ୍ସବର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

0
595

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ବ୍ରହ୍ମପୁରର ଅନ୍ୟତମ ଅଗ୍ରଣୀ ସେବା ଓ ସାଂସ୍କୃତିକ ଅନୁଷ୍ଠାନ” ଅଭିଷେକ କ୍ରିଏସନ ” ଆନୁକୂଲ୍ୟରେ ଆସନ୍ତା ୨୨ ଓ ୨୩ ତାରିଖରେ ଖଲ୍ଲିକୋଟ କଲେଜ ଖେଳ ପଡ଼ିଆରେ ଓଡିଶା ସାସ୍କୃତିକ ମହୋତ୍ସବ ଅନୁଷ୍ଠିତ ହେଉଛି। ଏଥିପାଇଁ ଆଜି ଚୁଡାନ୍ତ ପ୍ରସ୍ତୁତି ବୈଠକ ମହୋତ୍ସବ କମିଟି ଅଧ୍ୟକ୍ଷ ପ୍ରକାଶ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ।ଏହି ମହୋତ୍ସବ ରେ ସାସ୍କୃତିକ କାର୍ଯ୍ୟକ୍ରମ ସହ ସାହିତ୍ୟ, କବିତାର ଆସର ଅନୁଷ୍ଠିତ ହେବ। ତେଣୁ କିପରି ଏହା କୁ ସଫଳ କରାଯାଇପାରିବ ସେଥିପାଇଁ ଆଲୋଚନା ହୋଇଥିଲା ।ସଂଧ୍ୟା 5 ଘଣ୍ଟା ସମୟରେ କାର୍ଯ୍ୟକ୍ରମ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ହୋଇଥିଲା । ରାଜ୍ୟ ଓ ରାଜ୍ୟ ବାହାରର ପ୍ରସିଦ୍ଧ ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ, ନୃତ୍ୟାଙ୍ଗନା, ଓଲିଉଡର ଅଭିନେତା, କଳାକାର ମାନେ ଆସୁଛନ୍ତି।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା କୃତିସମ୍ପନ୍ନ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯିବ। ବଲିଉଡ ରୁ କଣ୍ଠଶିଳ୍ପୀ ସୁନିଲ୍ କୁମାର, ଓଲିଉଡ ର ବିଶିଷ୍ଟ କଣ୍ଠଶିଳ୍ପୀ ଅସୀମା ପଣ୍ଡା, ବ୍ରହ୍ମପୁର ର ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍ ଙ୍କ ସମେତ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ପ୍ରତିଷ୍ଠିତ କଳାକାର ଯୋଗଦେବେ। ମହୋତ୍ସବ ରେ ରାଜ୍ୟ ର ବରିଷ୍ଠ ମନ୍ତ୍ରୀ, ଗଂଜାମ ଜିଲ୍ଲାର ବିଧାୟକ ଓ ସାଂସଦ ଏବଂ ସମାଜର ବହୁ ପ୍ରତିଷ୍ଠିତ ନାଗରିକମାନେ ଯୋଗଦେବାକୁ ସମ୍ମତି ଜଣାଇଛନ୍ତି। ବୈଠକରେ ସଂଘମିତ୍ରା ଦଳେଇ, ସନ୍ତୋଷ କୁମାର ସାହୁ, କେଦାର ନାଥ ଚୌଧୁରୀ, ମିହିର ତ୍ରିପାଠୀ, ଉଷା ମହାପାତ୍ର, ନିର୍ମଳ ଚନ୍ଦ୍ର ସାହୁ, ସୁଦୀପ ସାହୁ, ଦେବହରି ବେହେରା, ରବିନ୍ଦ୍ର ନାଥ ବେହେରା, ରବିନ୍ଦ୍ର ଡାକୁଆ, ସୁନିଲ କୁମାର ସାହୁ, ଟୁଟୁ ବେହେରା ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇ ଥୀଲେ ।

LEAVE A REPLY

Please enter your comment!
Please enter your name here