ଦୁଇ ବାଇକ ମଧ୍ୟରେ ଧକ୍କା ହେବାରୁ ୪ ବାଇକ ଆରୋହୀ ଆହତ

0
514

ଡାବୁଗାଁ(ଗଗନ ଗନ୍ତାୟତ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ନିକଟରେ ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହେବାରୁ ୩ଜଣ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତ୍ୱର ଥିବା ଜଣା ପଡ଼ିଛି ସୂଚନା ଅନୁଯାୟୀ , ନବରଙ୍ଗପୁରର ପଞ୍ଚୁରାମ ବାଘେଲ ( ୪୨ ) ଓ ପତ୍ନୀ ଅଞ୍ଜଳି ଅପରାହ୍ନରେ ଛତିଶଗଡ଼ର କଣ୍ଡାଗାଁରେ ଏକ ବିବାହ କାର୍ଯ୍ୟରେ ଯୋଗ ଦେଇ ବାଇରେ ନିଜ ଘରକୁ ଫେରୁଥିଲେ । ପ୍ରାୟ ୪ଟାରେ ସମୟରେ ଡାବୁଗାଁ ଥାନା ଅନ୍ତର୍ଗତ ଝରିଗୁଡ଼ା ନିକଟରେ। ତାଙ୍କ ସମୁଖରେ ଯାଉଥିବା ଏକ ବାଇକ୍‌କୁ ଧକ୍କା ଦେବାରୁ । ପଞ୍ଚୁରାମ ଓ ଅଞ୍ଜଳି ବାଇ ତଳେ ପଡ଼ି ଆହତ ହୋଇଥିଲେ । ଏହି ଦୁର୍ଘଟଣାରେ ଅନ୍ୟ ବାଇକ୍ ରେ ଥିବା ଡାବୁଗାଁ ଥାନା ଅନ୍ତର୍ଗତ ମଙ୍ଗରା ଚଚରା ଗ୍ରାମର ଜଗନ୍ନାଥ କଲାର ( ୨୩ ) ଓ ରତନ କୁମ୍ଭାର ( ୩୦ ) ମଧ୍ୟ ଆହତ ହୋଇଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ସମସ୍ତ ଆହତ ମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭତ୍ତ କରା ଯାଇଥିଲା । ରତନଙ୍କ ମୁଣ୍ଡରେ ପ୍ରବଳ ଆଘାତ ଲାଗି ରକ୍ତସ୍ରାବ ହେଉଥିବା ଜଣା ପଡ଼ିଛି । ୪ଜଣ ଆହତଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ କରାଯାଉଛି।

LEAVE A REPLY

Please enter your comment!
Please enter your name here