ସାମ୍ବାଦିକଙ୍କୁ ହତ୍ୟା ଧମକ ପ୍ରତିବାଦରେ ପାରଳାଖେମୁଣ୍ଡିରେ ତୀବ୍ର ଅସନ୍ତୋଷ।

0
694

ଗଜପତି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ପାରଳାଖେମୁଣ୍ଡି ଠାରେ ଦୈନିକ ଖବର କାଗଜ ଧରିତ୍ରୀ‘ର ଜିଲ୍ଲା-ପ୍ରତିନିଧିଙ୍କୁ ଗତକାଲି ପ୍ରକାଶିତ ଏକ ଖବରକୁ ନେଇ ହତ୍ୟା ଧମକ ଦିଆଯିବ ପ୍ରତିବାଦରେ ପାରଳାଖେମୁଣ୍ଡି ଠାରେ ସମସ୍ତ ସାମ୍ବାଦିକ ଏକତ୍ରିତ ହୋଇ ଏହାର ଦୃଢ ପ୍ରତିବାଦ କରିଛନ୍ତି। ଏହି ଅବସରରେ ସମସ୍ତ ସାମ୍ବାଦିକ ସ୍ଥାନୀୟ ବିଶ୍ୱନାଥ ଫଙ୍କଶନ ହଲ ଠାରେ ଏକତ୍ରିତ ହୋଇ ଆଲୋଚନା କରିବା ସହ ଘଟଣାର ଦୃଢ ନିନ୍ଦା କରିଥିଲେ। ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଥିଲେ। ପରେ ସାମ୍ବାଦିକମାନେ ଏହା ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନମାନ ଦେଇ ମୋଟର ସାଇକଲ ଯୋଗେ ଏକ ବିରାଟ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ । ସେଠାରେ ଜିଲ୍ଲାପାଳ ଅନୁପମ ଶାହାଙ୍କୁ ଭେଟି ଧମକ ଦେଇଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇ ଦାବିପତ୍ର ଦେଇଥିଲେ । ତାପରେ ପୁଣି ପ୍ରତିବାଦ ଶୋଭାଯାତ୍ରାରେ ବାହାରି ଏସପିଙ୍କ କାର୍ଯ୍ୟାଳୟ ଓ ପାରଳାଖେମୁଣ୍ଡି ଆଦର୍ଶ-ଟାଉନ ଥାନାରେ ଏସପି ସାରାଁ ଶର୍ମାଙ୍କୁ ଭେଟି ସାମ୍ବାଦିକଙ୍କୁ ଧମକ ଦେଇଥିବା ସମ୍ପୃକ୍ତ ବ୍ୟକ୍ତି ମାନଂକ ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ ଏସପିଙ୍କ ନିକଟରେ ଥାନାରେ ଏସଡ଼ିପିଓ ଠାକୁର ପ୍ରସାଦ ପାତ୍ର ଏବଂ ଡ଼ିଏସପି ସୁବାଷ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ । ପ୍ରକାଶ ଯେ ଦୈନିକ “ଧରିତ୍ରୀ” ଖବର କାଗଜରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଶିଆଳି ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୧୦୦ ଶଯ୍ୟା ବିଶିଷ୍ଠ ଛାତ୍ରୀ-ନିବାସର ବାରଣ୍ଡାରେ ଅନେକ ଗୁଡିଏ ଚାଉଳ ବସ୍ତା ସବୁ ଏପଟ ସେପଟ ହୋଇ ଦୀର୍ଘ ସମୟ ଧରି ପଡ଼ି ରହିଥିଲା । ଏହାକୁ ଦେଖି ସେପଟରୁ ଗାଡି ଯୋଗେ ଆସୁଥିବା ପାରଳାଖେମୁଣ୍ଡିରେ

LEAVE A REPLY

Please enter your comment!
Please enter your name here