ଅଲଟ୍ରାଟେକ ପକ୍ଷରୁ ଜନସଚେତନତା କାର୍ଯ୍ୟକ୍ରମ

0
229

ବେଗୁନିଆପଡା:ଏହି ବ୍ଲକ ଅନ୍ତର୍ଗତ ବୁରୁଝରୀ ଠାରେ ଆଦିତ୍ୟ ବିରଲା ଅଲଟ୍ରାଟେକ ସିମେଣ୍ଟ ପକ୍ଷରୁ ଏକ ଜନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି |ମୁଖ୍ୟ ଅତିଥି ଭାବେ ଅଲଟ୍ରାଟେକ ସିମେଣ୍ଟର ଟେକନିକାଲ ଇଞ୍ଜିନିଅର ସୁନୀଲ କୁମାର ଦାସ ଯୋଗ ଦେଇ ଅଲଟ୍ରାଟେକ ସିମେଣ୍ଟର ଗୁଣବତ୍ତା,ଗୃହ କାର୍ଯ୍ୟରେ ସିମେଣ୍ଟର ବ୍ୟବହାର, ଅଲଟ୍ରାଟେକ ସିମେଣ୍ଟ ର ଲିକ୍ୱିଡ଼ ପ୍ରଡକ୍ଟ ର ବ୍ୟବହାର ନେଇ ଉପସ୍ଥିତ ସମସ୍ତ ଗ୍ରାହକ ଏବଂ ମିସ୍ତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ | ବିଭିନ୍ନ ସମୟରେ ପରିବେଶ କୁ ସୁହାଇଲା ଭଳି ସିମେଣ୍ଟ, ଲିକ୍ୱିଡ଼ ଏବଂ ଗୃହ ତିଆରି ଆରମ୍ଭ ଠାରୁ ଆରମ୍ଭ କରି ଗୃହ ପ୍ରବେଶ ପର୍ଯ୍ୟନ୍ତ କେମିତି ଅଲଟ୍ରାଟେକ ସିମେଣ୍ଟ ବ୍ୟବହାର କରିବେ ସେ ନେଇ ମତ ରଖିଥିଲେ ଶ୍ରୀ ଦାସ | ଏହି ସଚେତନତା କାର୍ଯ୍ୟକ୍ରମରେ ଅଲଟ୍ରାଟେକ ପକ୍ଷରୁ ସନମାନିତ ଅତିଥି ଭାବେ ଆଞ୍ଚଳିକ ଇଞ୍ଜିନିଅର ସଞ୍ଜୟ ମାହାନ୍ତି, ପାତ୍ର ଇଲେଟ୍ରିକାଲସ ର ପ୍ରୋପାଇଟର ବିବେକାନନ୍ଦ ପାତ୍ର ଙ୍କ ସମେତ ଶତାଧିକ ଗ୍ରାହକ ଏବଂ ମିସ୍ତ୍ରୀ ଉପସ୍ଥିତ ଥିଲେ |ଶ୍ରୀୟାନ ଷ୍ଟିଲସ ବୁରୁଝରୀ ର ପ୍ରୋପାଇଟର ନାରାୟଣ ଡାକୁଆ ଏହି କାର୍ଯ୍ୟକ୍ରମ କୁ ଆୟୋଜନ କରିଥିବା ବେଳେ ଉପସ୍ଥାପକ ଭାବେ ପ୍ରକାଶ କୁମାର ଜେନା ନିଜ ଦାୟିତ୍ୱ ତୁଲାଇଥିଲେ |

LEAVE A REPLY

Please enter your comment!
Please enter your name here