ବିଦ୍ୟୁତ ତାର ଲାଗି ନାତି ଓ ଜେଜେମା ମୃତ

0
570

ଗଞ୍ଜାମ (ନ୍ୟୁଜଏକ୍ସଟ୍ରା ବ୍ୟୁର): ଗତ ରବିବାର ଦିନ ଗୋଳନ୍ଥରା ଠାରେ ବସରେ ବିଦ୍ୟୁତ ତାର ଲାଗି ୧୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଆଜି ପୁଣି ବିଦ୍ୟୁତ ତାର ଲାଗି ବେଳଗୁଣ୍ଠା ବ୍ଲକ କୋକଳୁଣ୍ଡା ଗ୍ରାମରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି | ମିଳିଥିବା ସୂଚନା ମୁତାବକ ମୃତକ ଦୁଇ ଜଣ ହେଲେ ନାତି ରାଜେଶ ଜେନା (ବାପା ଉଲା ଜେନା) ଓ ଜେଜେମା ସୁଶିଳା ଜେନା | ଆଜି ଦିନ ତିନିଟା ସମୟରେ ରାଜେଶ ଶୌଚ ହୋଇ ଗାମୁଛାକୁ ଶୁଖେଇବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ। ନାତି ଛଟପଟ ହେବା ଦେଖି ଜେଜେମା ଦୌଡ଼ି ଯାଇ ନାତିକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ସେ ବିଦ୍ୟୁତ ଆଘାତରେ ଆସି ଗୁରୁତର ହୋଇଥିଲେ। ସାହି ବାସିନ୍ଦା ବେଳଗୁଣ୍ଠା ବିଦ୍ୟୁତ ବିଭାଗକୁ ଖବର ଦେବା ପରେ ବିଦ୍ୟୁତ କର୍ମଚାରୀ ପହଞ୍ଚି ବିଦ୍ୟୁତ ସରବରାହ ବନ୍ଦ କରିଥିଲେ । ପରିବାର ଲୋକ ଓ ସ୍ଥାନୀୟ ବାସିନ୍ଦା ଗୁରୁତର ନାତି ଓ ଜେଜେ ମାକୁ ଉଦ୍ଧାର କରି ବେଲଗୁଣ୍ଠା ମେଡିକାଲରେ ଭର୍ତ୍ତି କରିଥିଲେ। ଡାକ୍ତର ସେଠାରେ ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ କରି ଭଞ୍ଜନଗର ମେଡିକାଲକୁ ଶବ ବ୍ୟବଛେଦ ପାଇଁ ପଠାଇଛି ।

LEAVE A REPLY

Please enter your comment!
Please enter your name here