ଭଞ୍ଜନଗର ଠାରେ 75 ତମ ସ୍ୱାଧୀନତା ଦିବସ ପାଳିତ

0
216

ଭଞ୍ଜନଗର: ଭଞ୍ଜନଗର ଉପଖଣ୍ଡ ସ୍ତରୀୟ 75 ତମ ସ୍ୱାଧୀନତା ଦିବସ କୋଭିଡ ନିୟମବଳି ମଧ୍ୟରେ ପାଳିତ ହେଇଯାଇଛି | ଆଜିର ଏହି କାର୍ଯ୍ୟକ୍ରମରେ ଭଞ୍ଜନଗର ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଂଜ଼ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୂର୍ବାହ୍ନ 9.15 ମିନିଟ ସମୟରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ | ମୁଖ୍ୟ ଅତିଥିଙ୍କ ଅଭିଭାଷଣ ରେ ଘୁମୁସର ପ୍ରଗତି ପଥରେ ପାଦ ଥାପିବା ସହ ଅନ୍ୟାନ୍ୟ ଉନ୍ନତି ମୂଳକ କାର୍ଯ୍ୟ ଜାରି ରହିଛି ବୋଲି ମୁଖ୍ୟ ଅତିଥି କହିଛନ୍ତି | କୋଭିଡ ଯୋଦ୍ଧା ଙ୍କ ନିସ୍ଵାର୍ଥପର ସେବା ମନ ଭାବକୁ ପ୍ରଶଂସା କରିବା ସହ ସେମାନଙ୍କୁ ଉତ୍ସାହିତ କରିଥିଲେ | ଏବଂ ଅନ୍ୟାନ୍ୟ ବିଭାଗକୁ କୋଭିଡ କାଳରେ ଉନ୍ନତ କାମ ପାଇଁ ପ୍ରଶଂସା କରିଥିଲେ | କୋଭିଡ ସମ୍ପୂର୍ଣ ଭାବେ ଯାଇ ନାହିଁ ସେଥିପାଇଁ ଆମକୁ କୋଭିଡ ନିୟମ କୁ ପାଳନ କରିବାକୁ ପଡିବ ବୋଲି ମୁଖ୍ୟ ଅତିଥି ବକ୍ତ୍ୟରେ କହିଛନ୍ତି | ଆଜିର ଏହି କାର୍ଯ୍ୟକ୍ରମରେ 11 ଜଣ କୋଭିଡ ଯୋଦ୍ଧାଙ୍କୁ ମୁଖ୍ୟ ଅତିଥି ମାନ ପତ୍ର ଦେଇ ସମ୍ମାନିତ କରିଥିଲେ | କୋଭିଡ ଯୋଦ୍ଧା ଭାବେ ଉପଖଣ୍ଡ ଚିକିତ୍ସାଳୟର ହସ୍ପିଟାଲ ମ୍ୟାନେଜର ବିଚିତ୍ର କୁମାର ପାଣିଗ୍ରାହୀ,ଷ୍ଟାଫ ନର୍ସ ଶ୍ରୀମତୀ ଆରତୀ ବେହେରା, ଏଟେଣ୍ଡେଣ୍ଟ ଅରକ୍ଷିତ ପାତ୍ର, ନିର୍ମଳ ସୁପରଭାଇଜର ଅଜିତ କୁମାର ପାତ୍ର, ସିକ୍ଯୁରିଟି ସୁପରଭାଇଜର ବନେଶ୍ୱର ଜେନା, ଦଦରଲୁଣ୍ଡା ସେକ୍ଟର ପଇତ ଗାଁ ଅଙ୍ଗନବାଡି ୱାର୍କର ଶ୍ରୀମତୀ ନମିତା ସେଠୀ, ଡିହପଡାଲ ସେକ୍ଟର ର ଡିହପଡାଳ -2 ର ଅଙ୍ଗନବାଡି ୱାର୍କର ଶ୍ରୀମତୀ ସାନ୍ଧ୍ୟରାଣୀ ଦଳେଇ, ଜିଲୁଣ୍ଡି ସେକ୍ଟର ରା ଜିଲୁଣ୍ଡି -1 ର ଅଙ୍ଗନବାଡି ୱାର୍କର ଶ୍ରୀମତୀ ଜୟମାଳ ମିଶ୍ର, ଏବଂ ଭଞ୍ଜନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ରା ସଫେଇ କର୍ମଚାରୀ ରଂଜିତ ନାୟକ, ରବି କୁମାର ନାୟକ, ଜଗମୋହନ ପାତ୍ର ଙ୍କୁ କୋଭିଡ ଯୋଦ୍ଧା ଭାବେ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ | କ୍ରୀଡା ପୁରସ୍କାର ନେପାଳ ରେ ଅନୁଷ୍ଠିତ ହେଇଥିବା କବାଡି ପ୍ରତିଯୋଗିତାରେ ଭଞ୍ଜନଗର ର ଦୁଇ ଜଣ କ୍ରୀଡ଼ାବିତ ଭାରତୀୟ ଦଳରେ ସାମିଲ ହେଇ ସ୍ବର୍ଣ୍ଣ ପଦକ ଜିତେଇଥିବା କୁମାର ଅବିନାଶ ଏବଂ ରାଜା ନାୟକ କୁ ଭାରତୀ ଭଣ୍ଡାର ଏବଂ ତୋଫାନ ବାସ୍ତ୍ରାଳୟର ପ୍ରାୟୋଜିତ ରେ ମୁଖ୍ୟ ଅତିଥି ସମ୍ମାନିତ କରିଥିଲେ | ସ୍ୱାଧୀନତା ଦିବସ ଉପଲକ୍ଷେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ଛାତ୍ର /ଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା | ପରେ ମୁଖ୍ୟ ଅତିଥି ଏବଂ ଅନ୍ୟ ଅମନ୍ତ୍ରିତ ଅତିଥି ଭଞ୍ଜନଗର କିରାଣୀ ବ୍ୟବସାୟୀ ସଂଘ ସହଯୋଗରେ ସ୍ଥାନୀୟ ଉପଖଣ୍ଡ ଚିକିତ୍ସାଳୟରେ ଅନ୍ତେ ବାସୀଙ୍କୁ ଫଳ ବଣ୍ଟନ କରିଥିଲେ | ବଡକୋଦଣ୍ଡା ସ୍ଥିତ କୁଷ୍ଠା ଶ୍ରମରେ ବିଭିନ୍ନ ଶୁଖିଲା ଖାଦ୍ୟ ବଣ୍ଟନ ସହ ବୃକ୍ଷରୋପଣ ଏବଂ ତୋଫାନ ବାସ୍ତ୍ରାଳୟ ତରଫରୁ ପ୍ରଦାନ କରାଯାଇଥିଲା ଅନ୍ତୋବାସୀ ପାଇଁ ଏକ୍ୱାଗାର୍ଡ ର ଶୁଭାରମ୍ଭ କରିଥିଲେ ଉପଜିଲ୍ଲାପାଳ ଶ୍ରୀ ରାଜେନ୍ଦ୍ର ମିଞ୍ଜ | ଶେଷରେ ଭଞ୍ଜନଗର ଚକୋରା ବିଷୋୟୀ ପ୍ରତିମୂର୍ତ୍ତି ନିକଟରେ ଆଜିର କାର୍ଯ୍ୟକ୍ରମ ରା ମୁଖ୍ୟ ଅତିଥି ଏବଂ ଅନ୍ୟ ଅତିଥି ଗଣ ବୃକ୍ଷ ରୋପଣ କରିଥିଲେ | ଆଜିର ଏହି ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭ୍ରାଂଶୁ ଶେଖର ମିଶ୍ର,ବିଡ଼ିଓ ଅନିଲ କୁମାର ସେଠୀ, ତହସିଲଦାର ଆଲୋକ କୁମାର ପ୍ରଧାନ, ଜଳସେଚନ ଡିଭିଜନ ରା ବରିଷ୍ଠ ନିର୍ବାହୀ ଯନ୍ତ୍ରୀ ଗୋକୁଳ ଚନ୍ଦ୍ର ପାଢ଼ୀ, ସମେତ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଅଗ୍ନିଶମ ବିଭାଗ, ମେଡିକାଲ ଟିମ, ବୁଦ୍ଧିଜୀବୀ, ସମାଜସେବୀ, ଅନ୍ୟ ବିଭାଗୀୟ ଅଧିକାରୀ, ବିଭିନ୍ନ ଛାପା ଓ ବୈଦୁତିକ ଗଣ ମାଧ୍ୟମ ପ୍ରତିନିଧି ଏବଂ ବିଭିନ୍ନ ସଂଗଠନ ମୁଖ୍ୟ ଉପସ୍ଥିତ ଥିଲେ |

ରିପୋର୍ଟ :ନିଲୁ ବିଷୋୟୀ

LEAVE A REPLY

Please enter your comment!
Please enter your name here