ଜୟବର୍ଦ୍ଧନ ଦାଶ ମେମୋରିଆଲ୍ ଇଣ୍ଟର ମିଡ଼ିଆ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ ; ସିଙ୍ଗଲସରେ ଟୁନା ଓ ଡବଲ୍ସରେ ମାନସ ଓ ରବିନ୍ଦ୍ର ଚମ୍ପିଆନ

0
628

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସାଧାରଣନ୍ତ୍ର ଦିବସ ଅବସରରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍ ପକ୍ଷରୁ ତୃତୀୟ ଜୟବର୍ଦ୍ଧନ ଦାଶ ମେମୋରିଆଲ୍ ଇଣ୍ଟର ମିଡ଼ିଆ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆ ପରିସରରେ ଥିବା ଇନଡୋର ଗେମସ୍ ହଲ ଠାରେ ଅନୁଷ୍ଠିତ ହୋଇଥିବା ଏହି ବନ୍ଧୁତ୍ୱପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟକୁ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା , ବ୍ରହ୍ମପୁର ଉପ-ଜିଲ୍ଲାପାଳ ସିନ୍ଧେ ଦତତ୍ରୟ ଭାଉସାହେବ, ସମାଜସେବୀ ତଥା ବିଜେଡି ନେତା ଆର.ମୂରଲୀ ମୋହନ, ବ୍ରହ୍ମପୁର ଟାଉନ ଏସଡିପିଓ ବିଷ୍ଣୁ ପତି, ଡିଏପି ଜୟ କୁମାର ପଟ୍ଟନାୟକ , ଡିଏସପି ରାମକୃଷ୍ଣ ପତି , ଟାଉନଥାନା ଅଧିକାରୀ ସୁରେଶ ତ୍ରିପାଠୀ, ସ୍ୱର୍ଗତ ଜୟ ବର୍ଦ୍ଧନ ଦାଶଙ୍କ ଧର୍ମପତ୍ନୀ ମିନତୀ ତ୍ରିପାଠୀ , ବିରିଷ୍ଠ ସାମ୍ୱାଦିକ ପ୍ରକାଶ ପଟ୍ଟନାୟକ, ଜଗନ ମୋହନ ମହାପାତ୍ର, ଅଶୋକ ବ୍ରହ୍ମା,ଗୋପାଳ ପଟ୍ଟନାୟକ ଅତିଥିଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ସିଙ୍ଗଲ୍ସରେ ସମାଜ ଖବର କାଗଜର ଟୁନା ପ୍ରଧାନ ଚମ୍ପିଆନ ଓ ନିତିଦିନ ଖବରକାଗତର ଡି. ଗୋପାଳ କୃଷ୍ଣ ରେଡ୍ଡୀ ରନର୍ସ ଅପ୍ ହୋଇଥିବା ବେଳେ ଡବଲ୍ସରେ କଳିଙ୍ଗ ଟିଭିର ମାନସ ବିଷୋୟୀ ଓ ରବିନ୍ଦ୍ର ବେହେରାଙ୍କ ଯୋଡି ଚମ୍ପିଆନ ଓ ଏମବିସି ଟିଭିର ସଂଞ୍ଜୟ ପଣ୍ଡା ଓ ମୃତ୍ୟୁଞ୍ଜୟ ସାହୁଙ୍କ ଯୋଡି ରନର୍ସ ଅପ୍ ହୋଇଥିଲେ । ସିଙ୍ଗଲସ ଫାଇନାଲ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ୨.୦ ସେଟରେ ଗୋପାଳ ରେଡ୍ଡୀଙ୍କୁ ପରାସ୍ତ କରି ଟୁନା ଚମ୍ପିଆନ ଟାଇଟଲ ହାସଲ କରିଥିଲେ । ସେହିଭଳି ଡବଲ୍ସ ଫାଇନାଲ ମ୍ୟାଚର ପ୍ରଥମ ସେଟ ୧୫-୦୮ ଓ ଦ୍ୱିତୀୟ ସେଟ୍ ୧୫-୦୬ ପଏଣ୍ଟରେ ମାନସ- ରବିନ୍ଦ୍ର ଯୋଡି ସଂଞ୍ଜୟ ଓ ମୃତ୍ୟୁଞ୍ଜୟ ଯୋଡ଼ିଙ୍କୁ ମାତ୍ ଦେଇ ଚମ୍ପିଆନ ହୋଇଥିଲେ । ସିଙ୍ଗଲ୍ସ ସେକେଣ୍ଡ ରନର୍ସ ଅପ ହୋଇଥିଲେ ନନ୍ଦିଘୋଷ ଟିଭିର ଶକ୍ତିଧର ରାଜଗୁରୁ ଓ ଡବଲ୍ସରେ କନକ ନ୍ୟୁଜର ସଚିନ ବେହେରା ଓ ସମ୍ୱାଦ ଖବର କାଗଜର ଜ୍ଞାନେନ୍ଦ୍ର ନାରାୟଣ ରଥ ରନର୍ସ ଅପ୍ ହୋଇଥିଲେ । ଏଥିରେ ବ୍ରହ୍ମପୁର ସହରର କାର୍ଯ୍ୟରତ ସାମ୍ୱାଦିକ ମାନଙ୍କ ମଧ୍ୟରୁ ସିଙ୍ଗଲସରେ ୨୦ରୁ ଅଧିକା ଓ ଡବଲ୍ସରେ 08ଟି ଯୋଡି ଅଂଶ ଗ୍ରହଣ କରିଥିବା ବେଳେ ଦିନ ତମାମ୍ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ସଂଧ୍ୟାରେ ଏହି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ , ଆର. ମୂରଲୀ ମୋହନ , ଅର୍ଜୁନ ପୁରସ୍କାର ପ୍ରାପ୍ତ ତଥା ଆନ୍ତର୍ଜାତୀୟ ଭାରତ୍ତୋଳକ କେ. ରବି କୁମାର , ସମାଜସେବୀ ତଥା ପୂର୍ବତନ କର୍ପୋରେଟର ଦଣ୍ଡାପାଣି ନାୟକ, ବରିଷ୍ଠ ସାମ୍ୱାଦିକ ଶିବ ଦାଶ, ସୁଦିପ ସାହୁ ଓ ଚିରଞ୍ଜିତ ରାଜଗୁରୁ ଅତିଥିଭାବେ ଯୋଗ ଦେଇ କୃତି ପ୍ରତିଯୋଗୀ ମାନଙ୍କୁ ଟ୍ରଫି ପ୍ରଦାନ କରିଥିବା ବେଳେ ସମସ୍ତ ପ୍ରତିଯୋଗୀଙ୍କୁ ମେଡାଲ ପ୍ରଦାନ କରିଥିଲେ । ଉଭୟ ଉଦଘାଟନୀ ଓ ଉଦଯାପନୀ ଉତ୍ସବକୁ ସଂଯୋଜନା କରିଥିଲେ ସାମ୍ୱାଦିକ ଶିବରାମ ଚୌଧୁରୀ । ଏହି ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିଥିବା ଦୁଇ ରେଫରୀ ଶିବ ପ୍ରସାଦ ପାଢୀ ଓ ଦୀପକ୍ ତିବରୱାଲାଙ୍କୁ କାର୍ଯ୍ୟରତ ସାମ୍ୱାଦିଙ୍କ ପକ୍ଷରୁ ଅତିଥିମାନଙ୍କ ଦ୍ୱାରା ସମ୍ୱର୍ଦ୍ଧିତ କରାଯାଇଥିଲା । ଏହାସହ କେ. ରବି କୁମାରଙ୍କ ପକ୍ଷରୁ ଟୁର୍ଣ୍ଣାମେଣ୍ଟରେ ଉତ୍ତମ ପ୍ରଦର୍ଶନ କରିଥିବା ଖେଳାଳୀଙ୍କୁ ବେଷ୍ଟ ପ୍ଲେୟାର ଭାବେ ଏକ ଟ୍ରଫି ସଂଞ୍ଜୟ ପଣ୍ଡାଙ୍କୁ ପ୍ରଦାନ କରାଯାଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ସମସ୍ତ ସାମ୍ୱାଦିକ ମାନେ ସହଯୋଗ କରିଥିବା ବେଳେ ବହୁ ସଂଖ୍ୟାରେ ସାମ୍ୱାଦିକ ମାନେ ଉପସ୍ଥିତ ଥିଲେ । ପ୍ରତି ବର୍ଷ ସାମ୍ୱାଦିକ ତଥା ବ୍ରହ୍ମପୁର ପ୍ରେସ୍ କ୍ଲବର ସଭାପତି ସ୍ୱର୍ଗତ ଜୟବର୍ଦ୍ଧନ ଦାଶଙ୍କ ସ୍ମୃତିରେ ଏହି ବନ୍ଧୁତ୍ତ୍ୱପୂର୍ଣ୍ଣ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ବ୍ରହ୍ମପୁରର କାର୍ଯ୍ୟରତ ସାମ୍ୱାଦିକଙ୍କ ପକ୍ଷରୁ ଆୟୋଜନ ହୋଇଆସୁଛି ।

LEAVE A REPLY

Please enter your comment!
Please enter your name here