“ବିଦ୍ୟାଳୟ ସୁରକ୍ଷା” ନେଇ ଜିଲ୍ଲା ସ୍ତରୀୟ ଏକ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

0
152

ଛତ୍ରପୁର: ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଆନୁକୂଲ୍ୟରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ପକ୍ଷରୁ ସ୍ଥାନୀୟ ଜଉଗଡ଼ ସମ୍ମିଳନି କକ୍ଷ ଠାରେ ଜିଲ୍ଲା ସ୍ତରୀୟ ଏକ ଦିନିକିଆ “ବିଦ୍ୟାଳୟ ସୁରକ୍ଷା” ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଜିଲ୍ଲା ଶିକ୍ଷାଧିକାରୀ ଅମିତା ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ପରିଷଦର ନିର୍ବାହୀ ଯନ୍ତ୍ରୀ ଇଂ ମନୋଜ କୁମାର ବେହେରା, ଜିଲ୍ଲା ଜରୁରୀ କାଳୀନ ଅଧିକାରୀ ଆୟୁଷି ପତି, ଓଏସଡମା ର ଜିଲ୍ଲା ସଂଯୋଜକ ପ୍ରଶାନ୍ତ କୁମାର ପଣ୍ଡା, ଓସଡ଼ମା ର ଜିଲ୍ଲା ପ୍ରକଳ୍ପ ଅଧିକାରୀ ଦେବେନ୍ଦ୍ର ନାୟକଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ “ବିଦ୍ୟାଳୟ ସୁରକ୍ଷା” ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ l ଏହା ସହିତ ଏକ ଖସଡ଼ା ପ୍ରସ୍ତୁତ କରିବା ପାଇଁ ଆଲୋଚନା କରିଥିଲେ l ବିଦ୍ୟାଳୟ ସୁରକ୍ଷା ର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱାରୋପ ଉପରେ ଆଲୋଚନା ହୋଇଥିଲେ l ଛାତ୍ର ଛାତ୍ରୀ ମାନେ ଘରୁ ବାହାରିବା ଠାରୁ ଘରେ ପହଂଚିବା ପର୍ଯ୍ୟନ୍ତ ତାହାର କିପରି ସମସ୍ତ ସୁରକ୍ଷା ଉପରେ ମଧ୍ୟ ଆଲୋକପାତ ହୋଇଥିଲା l ପ୍ରଥମ ପର୍ଯ୍ୟାୟରେ ଏ ସମ୍ବଦ୍ଧରେ ଜିଲ୍ଲାର ଛଅ ଟି ସ୍କୁଲକୁ ଚିନ୍ହଟ କରାଯାଇ ଏହାର ଖସଡ଼ା ପ୍ରସ୍ତୁତ କରିବା ନିମନ୍ତେ କୁହାଯାଇଛି l ଏହି ପ୍ରଶିକ୍ଷଣ ଶିବିରରେ ଜିଲ୍ଲାର ସମସ୍ତ ବିଈଓ, ଏବିଇଓ, ଜିଲ୍ଲା ମଙ୍ଗଳ କାର୍ଯ୍ୟାଳୟର ଡବ୍ଲୁଇଓ ଏବଂ ପ୍ରଥମ ପର୍ଯ୍ୟାୟରେ ଖସଡ଼ା ପ୍ରସ୍ତୁତ ନିମନ୍ତେ ଚି଼ହ୍ନଟ ହୋଇଥିବା ବିଦ୍ୟାଳୟ ଗୁଡିକର ପ୍ରଧାନ ଶିକ୍ଷକ ମାନେ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here