ଦୋକାନ ରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

0
591

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ବ୍ରହ୍ମପୁର ଲାଞ୍ଜିପଲ୍ଲୀ ରାମ ନଗର ତୃତୀୟ ଲାଇନ ରେ ଏକ ଦୋକାନ ରେ ଅଗ୍ନିକାଣ୍ଡ। ସର୍ଟ ସର୍କିଟ ଯୋଗୁଁ ଚନ୍ଦନ ଭେରାଇଟି ଷ୍ଟୋର ରେ ଅଗ୍ନିକାଣ୍ଡ ଘଟି ପ୍ରାୟ ୩ ଲକ୍ଷ ଟଙ୍କାର ସାମଗ୍ରୀ ପୋଡି ନଷ୍ଟ ହୋଇଛି। ଗତ କାଲି ବିଳମ୍ବିତ ରାତିରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି। ଦୋକାନ ଉପରେ ବାସ କରୁଥିବା କିଛି ହଷ୍ଟେଲ ଛାତ୍ର ଦୋକାନରୁ ନିଆଁ ବାହାରିବାର ଦେଖି ଦୋକାନ ମାଲିକ ଚନ୍ଦନ କୁମାର ପଣ୍ଡା ଙ୍କୁ ଯୋଗାଯୋଗ କରିଥିଲେ। ପରେ ଦୋକାନ ମାଲିକ ଅଗ୍ନିଶମ ବିଭାଗ କୁ ଖବର ଦେବା ପରେ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳ ରେ ପହଂଚି ନିଆଁ କୁ ଆୟତ୍ତ କରିଥିଲେ। ଦୋକାନର ଜେରେକ୍ସ ମିସିନ, ସିସି ଟିଭି କ୍ୟାମେରା, କମ୍ପୁଟର,୨ ଟି ଫ୍ରିଜ ସହ ବିଭିନ୍ନ ଦୋକାନ ସାମଗ୍ରୀ ପୋଡିଯାଇଥିବା ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here