ସଦରଥାନା ପକ୍ଷରୁ ସଡକ ସୁରକ୍ଷା ସପ୍ତାହ ପାଳିତ।

0
554

କୁକୁଡ଼ାଖଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୁକୁଡ଼ାଖଣ୍ଡି ସରକାରଙ୍କ ମଟର ଯାନ ଆଇନକୁ ନେଇ ଆକୁଂଶପୁର ସଦରଥାନା ପକ୍ଷ ରୁ ସଡକ ସୁରକ୍ଷା ସପ୍ତାହ ପାଳିତ କରାଯାଇଛି ।ଆକୁଂଶପୁର କବି ରାଜ ଅନନ୍ତ ତ୍ରିପାଠୀ ଶର୍ମା ଆୟୁବେର୍ଦିକ କଲେଜ ଛାତ୍ରଛାତ୍ରୀ ଓ ଥାନାର କର୍ମକର୍ତ୍ତା ମିଳିତ ଭାବେ ଏକ ସଚେତନତା ରାଲି ଅନୁଷ୍ଟିତ ହୋଇଯାଇଛି l ଏଥିରେ ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ ଯୋଗଦେଇ ରାଲିକୁ ଉଦଘାଟନ କରି ଥାନା ଆଖିପାଖ ଅଞ୍ଚଳ ପରିକ୍ରମାରେ କରି ଅଙ୍କୁଶପୁର ଛକ ନିକଟରେ ମଟରସାଇକଲ ରେ ହେଲମେଟ ପିନ୍ଧି ସୁରକ୍ଷିତ ଯାଉଥିବା ଚାଳକଙ୍କୁ ଗୋଲାପ ଫୁଲ ଦେଇ ସମ୍ବର୍ଦ୍ଧିତ କରିଥିବା ବେଳେ l ଯେଉଁ ଚାଳକ ନିୟମ ଉଲଙ୍ଗନ କରିଥିବା ଚାଳକଙ୍କୁ ମଧ୍ୟ ହେଲମେଟ ବ୍ୟବହାର ଦ୍ୱାରା ସୁରକ୍ଷିତରହିବା ନିମନ୍ତେ ଗୋଲାପଫୁଲ ଦେଇ ଚଲାଇବାକୁ ପରାମର୍ଶ ଦେଇଥିଲେ।ଏଥିରେ କେଏଟିଏସ ସୁପରିଟେଣ୍ଟ୍ ବିମଳ ପଣ୍ଡା ,ଆନ୍ତଜାତୀୟ ମାନବାଧିକାର ପରିଷଦ ଜିଲ୍ଲା ସଭାପତି ସଂଜୟ ମହାରଣା,ଅତିରିକ୍ତ ଥାନା ଅଧିକାରୀ ବିଶ୍ବନାଥ ଜାଲି,ଏସଆଇ ବିଭୂତି ସେଠୀ,ବିନିତ ଶତପଥୀ,ସୁରେଶ ସାହୁ,ଉଷା ଦାଶ କଂ ସହ ଥାନା ର ସମସ୍ତ ହାବିଲଦାର୍,କନେଷ୍ଟବଳ , କର୍ମକର୍ତ୍ତାଙ୍କ ସହ କେଏଟିଏସ୍ ମହାବିଦ୍ୟାଳୟର ଛାତ୍ରୀମାନେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here