ଜାତୀୟ ସଡକ ସୁରକ୍ଷା ସପ୍ତାହ ଉଦଯାପିତ

0
598

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ୩୧ ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ପାଳନକାର୍ଯ୍ୟକ୍ରମ ଶୁକ୍ରବାର ଉଦଯାପିତ ହୋଇଯାଇଛି । ଏହି ଅବସରରେ ଗତ ୧୧ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ପୁଲିସ, ପରିବହନ ବିଭାଗ, ପ୍ରଶାସନ ଓ ବିଭିନ୍ନ ସଙ୍ଗଠନ ପକ୍ଷରୁ ଏହି ସପ୍ତାହ ପାଳନ ସହ ଗାଡ଼ି ଚାଳନା ବେଳେ କେଉଁ ସବୁ ଟ୍ରାଫିକ ନିୟମ ପାଳନ କରିବାକୁ ହେବ, ସେ ସମ୍ପର୍କରେ ସଚେତନତା ସୃଷ୍ଟି କରାଯାଇଥିଲା ।ଏଥିିପାଇଁ ଆଜି ପୁରୁଣା ବସଷ୍ଟାଣ୍ଡ ନିକଟରେ ଟ୍ରାଫିକ ପୁଲିସ ଥାନା ପକ୍ଷରୁ ଏକ ସଭା କାର୍ଯ୍ୟର ଆୟୋଜନ ହୋଇଥିଲା । ଟ୍ରାଫିକ ଡିଏସପି ଶ୍ରୀ ସାର୍ଥକ ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର ଅତିଥି ରୂପେ ଯୋଗଦାନ କରି ଟ୍ରାଫିକ ନିୟମ ପାଳନର ଉପକାରିତା ସମ୍ପର୍କରେ ସୂଚାଇ ଦେବା ସହ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ସବୁଠାରୁ ନିଆରା ହେଲା ଯମରାଜ ଙ୍କ ଟ୍ରାଫିକ ନିୟମ ପାଳନର ଉପକାରିତା ସମ୍ପର୍କରେ ଲୋକୋ ଙ୍କୁ ସୂଚନା ଦେବା। ସେହିପରି ଟାଉନ ହଲ ପରିସରରେ ଜିଲ୍ଲା ପରିବହନ ବିଭାଗ ପକ୍ଷରୁ ଏକ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଆରଟିଓ ଶ୍ରୀ ସଂଜୟ ବିଶ୍ୱାଳଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସଭା କାର୍ଯ୍ୟରେ ବ୍ରହ୍ମପୁର ଏସପି ଶ୍ରୀ ପିନାକ ମିଶ୍ର, ଗଞ୍ଜାମ ଏସପି ଶ୍ରୀ ବ୍ରିଜେଶ କୁମାର ରାଏ, ଉଚ୍ଚଶିକ୍ଷା ବିଭାଗର ଆଂଚଳିକ ନିର୍ଦ୍ଦେଶକ ଲକ୍ଷ୍ମୀନାରାୟଣ ତ୍ରିପାଠୀ, ଏମଭିଆଇ ଶ୍ରୀ ଶାନ୍ତନୁ ପରିଡ଼ା ପ୍ରମୁଖ ଯୋଗଦାନ କରି ସଡ଼କ ସୁରକ୍ଷା ସମ୍ପର୍କରେ କହିବା ସହ ଟ୍ରାଫିକ ନିୟମ ପାଳନ ପାଇଁ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here