ବ୍ରହ୍ମପୁର ଏସପି ଙ୍କୁ ଭେଟିଲେ ସନେପୁର ଗ୍ରାମର ମହିଳା ଓ ପୁରୁଷ

0
658

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଅସିତ ପଣ୍ଡା ) : ଗଞ୍ଜାମ ଜିଲ୍ଲା ମେରାଇନ ଥାନା ଅନ୍ତର୍ଗତ ସନେପୁର ଅଂଚଳ ରେ ଘଟିଥିବା ନାବାଳିକା ଗଣ ଦୁଷ୍କର୍ମ ଘଟଣା ରେ ଉକ୍ତ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଆଜି ବ୍ରହ୍ମପୁର ଏସପି ଙ୍କୁ ଭେଟିଛନ୍ତି। ଏସ ପି ଙ୍କୁ ସାକ୍ଷାତ କରି ଗଣ ଦୁଷ୍କର୍ମ ର ଶିକାର ହୋଇଥିବା ପିଡୀତଙ୍କୁ ସରକାରୀ ସହାୟତା ପ୍ରଦାନ କରିବା ସହ ପିଡୀତାଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝି , ପିଡୀତଙ୍କ ପରିବାର ଲୋକଙ୍କ ଉପରେ ଯେଉଁଭଳି କୌଣସି ରାଜନୈତିକ ଚାପ ବା ଭୟବିତ କରାନଯିବ ସେନେଇ ଆଲୋଚନା କରିଥିଲେ।ଏହା ସହ ପିଡିତା ଏବଂ ତାଙ୍କ ପରିବାର ବର୍ଗ କୁ ସୁରକ୍ଷା ଯୋଗାଇଦେବା ନେଇ ଗ୍ରାମର ପୁରୁଷ ଓ ମହିଳା ମାନେ ଏସପି ଙ୍କ ସହ ଆଲୋଚନା କରିଥିଲେ। ଏଥି ସହ ଘଟଣା ରେ ସମ୍ପୃକ୍ତ ଥିବା ଦୋଷୀ ଙ୍କ ଆଡୁ କୌଣସି ରାଜନୈତିକ ଚାପ ପୋଲିସ ଉପରେ ନହେବା ସହ ପୋଲିସ ନିରପେକ୍ଷ ଭାବେ ଘଟଣାର ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଡ଼ କାର୍ୟ୍ଯନୁଷ୍ଠାନ ନେବା ପାଇଁ ଗ୍ରାମ ବସି ଅନୁରୋଧ କରିଥିଲେ।ସୂଚନା ଥାଉ କି ଗତ ୧୦ ତାରିଖରେ ନାବାଳିକା ଜଣକ ଶୌଚ ହେବା ପାଇଁ ଘର ବାରି ପଟକୁ ଯାଇଥିବା ବେଳେ କିଛି ଯୁବକ ତାଙ୍କୁ ଟେକି ନେଇ ଦୀର୍ଘ ଘଂଟା ଧରି ଗଣ ଦୁଷ୍କର୍ମ କରିଥିଲେ।ପରବର୍ତୀ ସମୟରେ ନାବାଳିକାଙ୍କୁ ଅଚେତ ଅବସ୍ଥାରେ ପଡିଥିବାର ଦେଖି ପରିବାର ଲୋକେ ଏମକେସିଜି ମେଡିକରେ ଚିକିତ୍ସା ପାଇଁ ଭର୍ତି କରିବା ସହ ଥାନାରେ ଅଭିଯୋଗ କରିଥିଲେ। ପରିବାର ଲୋକଙ୍କ ଅଭିଯୋଗ କୁ ଭିତ୍ତି କରି ପୋଲିସ ତଦନ୍ତ କରିବା ସହ ବର୍ତ୍ତମାନ ଘଟଣା ରେ ସମ୍ପୃକ୍ତ ଥିବା ୨ ଜଣ ସ୍ଥାନୀୟ ଅଞ୍ଚଳର ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ବର୍ତ୍ତମାନ ମେଡିକାଲ ରେ ପିଡିତାଙ୍କୁ ସୁରକ୍ଷିତ ର ସହ ଚିକିତ୍ସା କରାଯାଉଥିବା ବେଳେ ସମସ୍ତ ଚିକିତ୍ସା ଯୋଗେଇ ଦିଆଯାଉଛି ବୋଲି ଏସପି ଗ୍ରାମ ବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି। ସିଧାସଳଖ ସଦର ଏସଡିପିଓ ଙ୍କ କେୟାରରେ ପିଡିତା ଜଣକ ରହିଛନ୍ତି। ସି ଡବ୍ଲୁ ସି ରେ ଘଟଣାକୁ ପ୍ରଡ୍ୟୁସ କରିବା ପରେ ସି ଡବ୍ଲୁ ସି ଆଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ରହ୍ମପୁର ଶ୍ରୀଏସପି ପିନାକ ମିଶ୍ର କହିଛନ୍ତି।

LEAVE A REPLY

Please enter your comment!
Please enter your name here