ମୁଣ୍ଡିଗଡ଼ ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ: ବିଭିନ୍ନ ସମସ୍ୟା ଉପରେ ଗୁରୁତ୍ୱାରୋପ

0
234

ବାଲିଗୁଡା,(ନ୍ୟୁଜ ଏକ୍ସଟ୍ରା):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ର ମୁଣ୍ଡିଗଡ଼ ଗ୍ରାମ ପଞ୍ଚାୟତରେ ମଙ୍ଗଳବାର ଦିନ ଏକ ସ୍ୱତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ନବ ନିର୍ବାଚିତ ସରପଞ୍ଚ ଶ୍ରୀମତୀ ଜମିତା ମଲ୍ଲିକଙ୍କ ପ୍ରତିନିଧିତ୍ୱରେ ପ୍ରଥମ ଗ୍ରାମସଭା ବୈଠକ ଅନୁଷ୍ଠିତ ହୋଇଛି l ଏହି ପରିପ୍ରେକ୍ଷୀରେ ମୁଣ୍ଡିଗଡ଼ ପଞ୍ଚାୟତର ବିକାଶ ନିମିତ୍ତ ସମସ୍ତ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରାଯାଇଛି l ବିଶେଷ ଭାବେ ପ୍ରତି ଗାଁ କୁ ରାସ୍ତା ସଂଯୋଗ, ପାନୀୟ ଜଳ, କୃଷି ଉପଯୋଗୀ ଜଳସେଚନ ବ୍ୟବସ୍ଥା, ବର୍ଷାଜଳ ସଂରକ୍ଷଣ, ପୋଖରୀ ଖନନ କୁ ଗୁରୁତ୍ୱ ଦେଇ ମନରେଗା ଯୋଜନାରେ କାର୍ଯ୍ୟଖସଡ଼ା ସର୍ବସମ୍ମତି କ୍ରମେ ଅନୁମୋଦନ କରାଯାଇଥିଲା l ଚଳିତବର୍ଷ ମୁଣ୍ଡିଗଡ଼ ପଞ୍ଚାୟତ ପାଇଁ ପ୍ରାୟ ୯୬ ହଜାର ୫ ଶହ ୪୩ ଶ୍ରମଦିବସ ଦିବସ ଅନୁମୋଦିତ ହୋଇଛି l ସରକାରଙ୍କ ନିର୍ଦେଶ ପ୍ରକାରେ ବିଶେଷ ଭାବେ ଜଳ, ଜଙ୍ଗଲ, ଜମି ର ସୁରକ୍ଷାକୁ ଧ୍ୟାନ ଦିଆଯିବ ବୋଲି ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜମିତା ମଲ୍ଲିକ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ କାର୍ତ୍ତିକ ବେହେରା ଉପସ୍ଥିତ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ l ଉପସ୍ଥିତ ଗ୍ରାମବାସୀମାନେ ସରକାରୀ କାର୍ଯ୍ୟରେ ସେମାନେ ସମ୍ମୁଖୀନ କରୁଥିବା ସମସ୍ୟା, ଓ ସେମାନଙ୍କ ଗାଁରେ ରହିଥିବା ସମସ୍ୟା ଗ୍ରାମସଭା ରେ ଉପସ୍ଥାପନ କରିଥିଲେ l ଏହିପରିପ୍ରେକ୍ଷୀରେ ମୁଣ୍ଡିଗଡ଼ ପଞ୍ଚାୟତର ସମସ୍ତ ୧୩ ଟି ୱାର୍ଡ଼ର ୱାର୍ଡମେମ୍ବର କନିଷ୍ଠ ଯନ୍ତ୍ରୀ ପ୍ରଣୟ କୁମାର ମିଶ୍ର, ଗ୍ରାମ ରୋଜଗାର ସେବକ କାଂସିରାମ ଦିଗାଳ, ବନପାଳ ସିମିତା ନାୟକ, ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ଓ ବିଭିନ୍ନ ୱାର୍ଡ଼ରୁ ଗ୍ରାମବାସୀ ଗଣ ଉପସ୍ଥିତ ଥିଲେ l
ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

LEAVE A REPLY

Please enter your comment!
Please enter your name here