ହନୁମାନ ମନ୍ଦିର ପରିସରରେ ମନ୍ଦିର ର ରତ୍ନମୁଦ କାର୍ଯ୍ୟ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପିତ

0
645

ବେଗୁନିଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ନୂଆଗଡ଼ ଗ୍ରାମ ସ୍ଥିତ ହନୁମାନ ମନ୍ଦିର ପରିସରରେ ମନ୍ଦିର ର ରତ୍ନମୁଦ କାର୍ଯ୍ୟ ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପିତ ହୋଇଯାଇଛି ।ଏହି ଅବସରରେ ହୋମ, ନଗର କୀର୍ତ୍ତନ, ସାଲା ଗୃହ ନିର୍ମାଣ, ପୂଜାଅର୍ଚନା ଆଦି ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରେ ପଣ୍ଡିତ ବିରୂପାକ୍ଷ ଦାଶ ଶର୍ମା ଙ୍କ ନେତୃତ୍ଵରେ ପୁରୋହିତ ଗୋବିନ୍ଦ ରଥ, ଲିଙ୍କନ କୁମାର ରଥ, କାବେରୀ ରଥ ଓ ଅନ୍ୟ ମାନେ ଯୋଗ ଦେଇ ପୂଜା ଅର୍ଚନା କରିଥିଲେ । ଏଥିରେ କର୍ତ୍ତା ଭାବେ ଅଭିମନ୍ୟୁ ମହାପାତ୍ର, ବଳଭଦ୍ର ଭୂୟାଁ ଏବଂ ଉଭୟ ଙ୍କ ଧର୍ମ ପତ୍ନୀ କାର୍ଯ୍ୟ ନିର୍ବାହ କରିଥିଲେ । ନୂଆଗଡ଼ ଗ୍ରାମ୍ୟ ପରିଚାଳନା କମିଟି ଏବଂ ମନ୍ଦିର ଉନ୍ନୟନ କମିଟିର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ, ଯୁବଗୋଷ୍ଠୀ ପ୍ରମୂଖ ଉପସ୍ଥିତ ରହିବା ସହ ସହଯୋଗ କରିଥିଲେ ।

LEAVE A REPLY

Please enter your comment!
Please enter your name here