ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ବାର୍ଷିକ କ୍ରିଡା ଉଦଯାପିତ

0
575

ରାଇକିଆ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଜୀବନ ଜ୍ୟୋତି ମହାବିଦ୍ୟାଳୟ ଠାରେ ବାର୍ଷିକ କ୍ରିଡା ଉଦଯାପିତ ହୋଇଯାଇଅଛି । ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇକିଆ ଭାରପ୍ରାପ୍ତ ଅଧିକାରୀ ଅଲେଖ ଗରଡିଆ ଓ ସଂମ୍ମାନୀୟ ଅତିଥି ରୂପେ ମହାବିଦ୍ୟାଳୟର ଅଧକ୍ଷ ତଥା ମହାବିଦ୍ୟାଳୟ କ୍ରିଡା ସଂସଦ ସଭାପତି ଡଃ ପ୍ରଦୀପ କୁମାର ନାୟକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ତିନିଦିନ ଧରି ଚାଲିଥିବା ବାର୍ଷିକ କ୍ରିଡା ପ୍ରତିଯୋଗିତାରେ ୧୦୦, ୨୦୦, ୪୦୦ ମିଟର ଦୌଡ ,ଫୁଟବଲ, ଡ଼ିସକସ ଥ୍ରୋ, ସଟଫୁଟ, ଲଙ୍ଗ ଜମ୍ପ ଇତ୍ୟାଦି ପ୍ରତିଯୋଗୀତା କରାଯାଇଥିଲା । ଉଦଯାପନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରାଇକିଆ ସରପଞ୍ଚ ପଞ୍ଚୁ ପ୍ରଧାନ, ସଂମ୍ମାନୀୟ ଅତିଥି ରୂପେ ଟିକାବାଲି ମହାବିଦ୍ୟାଳୟ ଅଧକ୍ଷ ଶ୍ରୀଧର ଦାସ ଏବଂ ଦୀନବନ୍ଧୁ ମହାନ୍ତି ଓଡିଆ ଅଧ୍ୟାପକ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ମହାବିଦ୍ୟାଳୟର କ୍ରିଡା ସଂସଦ ଉପସଭାପତି ତଥା ଇଂରାଜୀ ଅଧ୍ୟାପକ ପ୍ରଭାକର ରାଜୁ ବାର୍ଷିକ କ୍ରିଡା ବିବରଣୀ ପଠନ କରିଥିଲେ । ମହାବିଦ୍ୟାଳୟର କ୍ରିଡା ଶିକ୍ଷକ ଶ୍ରୀ ଆନ୍ଦ୍ରିୟ ନାୟକ ପ୍ରତିଯୋଗୀତା ଗୁଡିକ ପରିଚାଳନା କରିଥିଲେ । ଶେଷରେ ଓଡିଆ ବିଭାଗ ଅଧ୍ୟାପକ ନରେନ୍ଦ୍ର ଭୋଳ ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here