ବେଗୁନିଆପଡା ଠାରେ ଏସବିଆଇର ନୂତନ ଶାଖା ଉଦଘାଟିତ l

0
643

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବେଗୁନିଆପଡା ସ୍ଥିତ ପରିବା ବଜାର ନିକଟରେ ଭାରତୀୟ ଷ୍ଟେଟ ବ୍ୟାଙ୍କର ଏକ ନୂତନ ଶାଖା ଶୁକବାର ଦିନ ଉଦଘାଟିତ ହୋଇଯାଇଛି l ଉକ୍ତ ଉଦ୍ଘାଟନୀ ଉତ୍ସବରେ ଏସବିଆଇର ଭୁବନେଶ୍ୱର ସର୍କଲ ଚିଫ ଜେନେରାଲ ମ୍ୟାନେଜର ଶ୍ରୀମତୀ ପ୍ରବୀଣା କଳା ମୁଖ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ ସହ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଜେନେରାଲ ମ୍ୟାନେଜର ବିଜୟ କୁମାର କଯ଼ୁର, ମ୍ୟାନେଜର ସିଏଲଏନ ଚାରୁଲୟା, ଡିଜିଏମ ଶାକ୍ୟ ସିହ୍ନା ବୈରାଗୀ, ରେଜେନାଲ ମ୍ୟାନେଜର କାଶୀ ବିଶ୍ୱନାଥ ଦାସ, ବେଗୁନିଆପଡା ବ୍ରାଞ୍ଚ ମ୍ୟାନେଜର ଅର୍ଜୁନ ପାତ୍ର, ସରପଞ୍ଚ ଅରୁଣ ମାଝୀ, ସମିତି ସଭ୍ୟ ନାରାୟଣ ବେହେରା ସମେତ ବହୁସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ l ଏହି ଅବସରରେ ବ୍ୟାଙ୍କ କର୍ମଚାରୀ ମାନଙ୍କ ତରଫରୁ ବ୍ୟାଙ୍କ ପରିସରରେ ଚାରା ରୋପଣ କରିବା ସହ ଏହି ଶାଖା ସ୍ଥାପନ କରିବାରେ ମୁଖ୍ୟ ଭୂମିକା ନିଭାଇ ଥିବା ପାଞ୍ଚ ଜଣଙ୍କୁ ସାମ୍ନାନିତ କରାଯାଇଥିଲା l ସେମାନେ ହେଲେ ବିଡିଓ ପ୍ରଦୀପ କୁମାର ପଣ୍ଡା, ସରପଞ୍ଚ ଅରୁଣ କୁମାର ମାଝୀ, ସମିତି ସଭ୍ୟ ନାରାୟଣ ବେହେରା, ପୂର୍ବତନ ସରପଞ୍ଚ ତ୍ରିନାଥ ଗୌଡ଼ ଏବଂ ପୂର୍ବତନ ସରପଞ୍ଚ ଲଷ୍ମୀ ପାତ୍ର l ଶେଷରେ ବ୍ରହ୍ଣପୁରରୁ ଆସିଥିବା କଳାକାର ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l

LEAVE A REPLY

Please enter your comment!
Please enter your name here