ବୁରୁଝରୀ ଠାରୁ ପାଇକପଡା ପାଞ୍ଚ କିମି ରାସ୍ତା ମରଣଯନ୍ତା l

0
668

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ବୁରୁଝରୀ ଠାରୁ ପାଇକପଡା ପାଞ୍ଚ କିମି ରାସ୍ତା ଏବେ ମରଣଯନ୍ତାରେ ପରିଣତ ହୋଇଛି । ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ରହିଥିବା ଏହି ରାସ୍ତା ଗତ ପାଞ୍ଚ ବର୍ଷ ତଳେ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ କଂକ୍ରିଡ ଓ ପିଚୁ ହୋଇଥିଲା ।
ପିଚୁ ହୋଇଥିବା ଅଂଶର ଅନେକ ସ୍ଥାନରେ ଏବେ ପିଚୁ ଉଠିଯାଇ ରାସ୍ତାସାରା ଖାଲଖମାରେ ଭର୍ତ୍ତି ହୋଇଯାଇଛି । ସେହିପରି ବେଗୁନିଆପଡା ଠାରୁ ଓଡନଇ ପର୍ଯ୍ୟନ୍ତ 3 କିମି ରାସ୍ତା ମେଟାଲିଙ୍ଗ ଓ ପିଚୁ ହୋଇଥିଲା । ଏବେ ଏହି ରାସ୍ତାରେ ପିଚୁର ଚିହ୍ନବର୍ଣ୍ଣ ନାହିଁ । ବିଗତ କିଛି ବର୍ଷ ହେଲା ଏହାର ମରାମତି ବି ହୋଇପାରୁନାହିଁ l ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ହୋଇଥିବାରୁ କଂକ୍ରିଡଗୁଡିକ ଏବେ ଫାଟି ଗଲାଣି । ଏବେ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ରାସ୍ତା ସାରା ଗର୍ତ୍ତ ।

ବେଗୁନିଆପଡା ବ୍ଲକର ବିଭିନ୍ନ ସରକାରୀ ଦପ୍ତର ଓ ବ୍ଲକର ବିଭିନ୍ନ ଅଂଚଳକୁ ଯିବା ପାଇଁ ପଂଚାୟତର ଶହଶହ ଲୋକ ଏଠାକୁ ଆସିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି । ସେହିପରି ପ୍ରତିଦିନ ହଜାର ହଜାର ଲୋକ ଏହି ରାସ୍ତା ଦେଇ ବିଭିନ୍ନ ଅଂଚଳକୁ ଚଳପ୍ରଚଳ ହୋଇଥାନ୍ତି l ମାତ୍ର ରାସ୍ତାର ଏହି ଦୁରାବସ୍ଥା ପାଇଁ ପ୍ରତିଦିନ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ଲୋକମାନେ ଏବଂ ବିଭିନ୍ନ ସ୍କୁଲ କଲେଜକୁ ଯାଉଥିବା ଛାତ୍ରଛାତ୍ରୀ ମାନେ ଅକଥନୀୟ ଦୁର୍ଦ୍ଦଶାର ଶୀକାର ହେଉଛନ୍ତି । ଆମ୍ବୁଲାନ୍ସ, ଦମକଳ ଓ ସ୍କୁଲ ଗାଡି ମଧ୍ୟ ଠିକ ଭାବେ ଯାତାୟାତ କରିପାରୁ ନାହାନ୍ତି । ସାଂସଦ, ବିଧାୟକ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଏଦିଗରେ ଦୃଷ୍ଟିଦେଲେ ରାସ୍ତା ପାଇଁ ଅର୍ଥ ମିଳିପାରନ୍ତା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି l

LEAVE A REPLY

Please enter your comment!
Please enter your name here