ବେଗୁନିଆପଡା ବ୍ଲକରେ ଜିରୋ ନାଇଟ ସେଲିବ୍ରେସନ୍ ଫୁଲ୍ ଦମ୍ରେ l

0
544

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଜିରୋ ନାଇଟ ସେଲିବ୍ରେସନ ପାଇଁ ବେଗୁନିଆପଡା ବ୍ଲକର ବିଭିନ୍ନ ସ୍ଥାନରେ ତତ୍ପରତା ଦେଖାଦେଇଥିଲା l ପୁରୁଣା ବର୍ଷକୁ ବିଦାୟ ଦେଇ ନୂଆ ବର୍ଷ ୨୦୨୦କୁ ସ୍ବାଗତ କରିଥିଲେ ବ୍ଲକ ବାସୀ l କେଉଁଠି ନାଚ ଗୀତାର ଆସର ଚାଲିଥିଲା ତ କେଉଁଠି ଭୋଜିଭାତର ବ୍ୟଞ୍ଜନ l ବିଭିନ୍ନ ସ୍ଥାନରେ ବାଣ ରୋଷଣୀ ଫୁଟାଇ ନୁଆଁ ବର୍ଷକୁ ସ୍ୱାଗତ କରାଯାଇଥିଲା l ସ୍ଥାନେ ସ୍ଥାନେ ବଡ ବଡ ଅକ୍ଷରରେ ହାପି ନିୟୁ ଇୟର ଲେଖାଯାଇଥିବା ଦେଖିବାକୁ ମିଳିଥିଲା l ଏହି ଉପଲକ୍ଷେ ବେଗୁନିଆପଡା ବଜାରରେ ନାରାୟଣ ପାଣିଗ୍ରାହୀଙ୍କ ନିର୍ଦେଶନାରେ ‘ଦେଢଶୁର ମୋ ଦେଢ଼ ଈଶ୍ୱର’ ମଞ୍ଚସ୍ଥ ହୋଇଥିଲା l ସେହିପରି କୋଦଳା ଏନ ଏ ସି ସମେତ ବିଭିନ୍ନ ପଞ୍ଚାୟତରେ ମଧ୍ୟ ନୁଆଁବର୍ଷ ସେଲିବ୍ରେସନ ଦେଖିବାକୁ ମିଳିଥିଲା l

LEAVE A REPLY

Please enter your comment!
Please enter your name here