କୋଇଲା ବୋଝେଇ ଟ୍ରେନରେ ନିଆଁ : ଜଳିଗଲା ୨୦ଟି ବଗି l

0
571

କଳାହାଣ୍ଡି (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଅଗ୍ନିକାଣ୍ଡ ଘଟିଛି । କୋଇଲା ବୋଝେଇ ଟ୍ରେନରେ ଲାଗିଗଲା ନିଆଁ । ନିଆଁକୁ ଆୟତ୍ତ କଲା କଣ୍ଟାବାଞ୍ଜି ଦମକଳ ବାହିନୀ ସୂଚନାଯୋଗ୍ୟ ଯେ, ସୋମବାର ରାତି ପ୍ରାୟ ୧୧ଟା ୩୦ମିନିଟ୍ରେ ବିଶାଖାପାଟଣାରୁ ରାୟପୁର ଅଭୁମୁଖେ ଯାଉଥିବା ଟ୍ରେନ୍ରେ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁ ମୁରିବାହାଲ ଷ୍ଟେସନରେ ଲାଗିଥିବା ଜଣାପଡିଥିବା ବେଳେ ମୁରିବାହାଲ ଷ୍ଟେସନ କର୍ମଚାରୀ କଣ୍ଟାବାଞ୍ଜି ଷ୍ଟେସନକୁ ଖବର ଦେଇଥିଲେ ।କଣ୍ଟାବାଞ୍ଜି ଦମକଳ ବାହିନୀ କର୍ମଚାରୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ । ୨୦ଟି ବଗିରେ ନିଆଁ ଲାଗିଥିବା ବେଳେ ବିଳମ୍ବିତ ରାତିରେ ନିଆଁକୁ ଆୟତ୍ତ କରାଯାଇଥିବା କଣ୍ଟାବାଞ୍ଜି ଦମକଳ ବାହିନୀ ଅଧିକାରୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here