ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ବୈଠକ

0
172

ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ଅନ୍ତର୍ଗତ ଗୋଷାଇଁନୂଆଗାଁ ଗକୁଳଧାମ ମନ୍ଦିର ପରିସରରେ ଗଞ୍ଜାମ ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ବୈଠକ ସଭାପତି ଲକ୍ଷ୍ମୀନାରାୟଣ ଚୌଧୁରୀଙ୍କ ସଭାପତିତ୍ବ ଅନୁଷ୍ଠିତ ହୋଇଥିଲା।ମହାସଭାର ସାଧାରଣ ସମ୍ପାଦକ ଲକ୍ଷ୍ମଣ ଚୌଧୁରୀ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ହେବାକୁଥିବା ଆଗାମୀ 28 ତାରିଖ ରବିବାର ଦିନ ଗୁରୁଣ୍ଠି ସ୍ଥିତ ନିଜସ୍ବ କାର୍ଯ୍ଯାଳୟ ଠାରେ ମହାସଭାର ସାଧାରଣ ବୌଠକ ଓ ବନ୍ଧୁମିଳନ କାର୍ଯ୍ଯକ୍ରମ ସମ୍ପର୍କରେ ଆଲୋଚନା ସହ ବିଭିନ୍ନ କମିଟି ଗଠନ କରାଯାଇଥିଲା।ଏହା ସହ ମହାସଭା ଅଧିନସ୍ଥ ଦକ୍ଷିଣାଞ୍ଚଳ, ଉତ୍ତରାଞ୍ଚଳ, ପୂର୍ବାଞ୍ଚଳ, କେନ୍ଦ୍ରାଞ୍ଚଳ ପରି ଥିବା ବିଭିନ୍ନ କମିଟିର ସଭାପତି,ସମ୍ପାଦକ ,କୋଷାଧ୍ୟକ ଓ ଅନ୍ଯାନ୍ଯ ସଦସ୍ଯଗଣ ବାଧ୍ୟତାମୂଳକ ଭାବେ ଉକ୍ତ ସଧାରଣ ବୈଠକରେ ଉପସ୍ଥିତ ରହିବା ନେଇ ସ୍ଥିର କରାଗଲା।ମହାସଭାର ବୈଠକକୁ ବଡ ଧରଣ ଏବଂ ବର୍ଣ୍ଣାଢ୍ଯ ଓ ଶୃଙ୍ଖଳିତ କରିବା ପାଇଁ ବିଭିନ୍ନ କମିଟି ଗଠନ କରାଯାଇ ବିଭିନ୍ନ ସଦସ୍ଯଙ୍କୁ ଦାୟିତ୍ବ ଦିଆଯାଇ ବ୍ରାହ୍ମଣ ସମାଜ ପାଇଁ କାମ କରି ଆସୁଥିବା ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷ ର ବରେଣ୍ଯ ସଦସ୍ଯଙ୍କୁ ସମ୍ମାନିତ ଉକ୍ତ ବୈଠକରେ କରିବା ପାଇଁ ନିଷ୍ପତ୍ତି ନିଆଗଲା।ଓ ଆଗାମୀ ବୈଠକ ଓ ନୂତନ କୋଷାଧ୍ୟକ ନିର୍ବାଚନ ପର୍ଯ୍ୟନ୍ତ ଅସ୍ଥାୟୀ କୋଷାଧ୍ୟକ ଭାବେ ଦିପକ କୁମାର ପଣ୍ଡାଙ୍କୁ ଦାୟିତ୍ବ ଦିଗଲା।ଏହି ବୈଠକରେ ମହାସଭାର ସାଂଗଠନିକ ସଭାପତି ଅନିଲ କୁମାର ଚୌଧୁରୀ,କାର୍ଯ୍ଯକାରୀ ସଭାପତି ବନମାଳୀ ସାମନ୍ତରା, ଉପ ସଭାପତି ଶଙ୍କର୍ଷଣ ପାତ୍ର, ଉପ ସଭାପତି ପ୍ରତାପ ମିଶ୍ର, ସାଂଗଠନିକ ସମ୍ପାଦକ ସତ୍ଯକାନ୍ତ ଶର୍ମା, ନୃସିଂହାନନ୍ଦ ପାଢୀ,ବରିଷ୍ଠ ସଦସ୍ଯ ଗଜାନନ ତ୍ରିପାଠୀ,ଶିବ ପ୍ରସାଦ ମିଶ୍ର, ରାଜେନ୍ଦ୍ର ପଣ୍ଡା,ଗୌରିଶଙ୍କର ପାଢୀ,ନରସିଂହ ପାଢୀ,ମଧୁମିତା ପାଣିଗ୍ରାହୀ,ମନୋଜ କୁମାର ଚୌଧୁରୀ,ମିହିର କାନ୍ତ ତ୍ରିପାଠୀ,ନାରାୟଣ ସାବତ,ମୁନା ଦାସ,ପ୍ରଣୟ କୁମାର ପଣ୍ଡା, ଲଲାଟେନ୍ଦୁ ଚୌଧୁରୀ,ଅଜିତ କୁମାର ଆଚାର୍ଯ୍ଯ, ଗଜେନ୍ଦ୍ର ଚୌଧୁରୀ,ସୂର୍ଯ୍ୟନାରାୟଣ ଦାସ,କାଳିପ୍ରସାଦ ପାଢୀ,ସମ୍ଭବ କୁମାର ତ୍ରିପାଠୀ,କପିଳ ପାଢୀ,ବିନୋଦ କୁମାର ପାଣିଗ୍ରାହୀ,କୃଷ୍ଣ ଚନ୍ଦ୍ର ସାହୁଙ୍କ ସମେତ ଗଞ୍ଜାମ ଜିଲ୍ଲାର ଅନେକ ଅଞ୍ଚଳର ବହୁ ବରିଷ୍ଠ ଓ ବରେଣ୍ଯ ବ୍ରାହ୍ମଣ ଦେବତା ଉପସ୍ଥିତ ରହି ବ୍ରାହ୍ମଣ ସମାଜର ଉନ୍ନତି ଓ ଥିବା ସମସ୍ୟା ଉପରେ ଆଲୋଚନା କରିଥିଲେ।

LEAVE A REPLY

Please enter your comment!
Please enter your name here