ମନ୍ତ୍ରୀଙ୍କ ଦ୍ୱାରା କୋଦଳା-ବେଗୁନିଆପଡାରେ ଶିଳାନ୍ୟାସ ଉଦଘାଟନ l

0
597

ବେଗୁନିଆପଡା(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ମୂଳକ ଉନ୍ନତିକରଣ ସକାଶେ କୋଦଳା-ବେଗୁନିଆପଡାରେ ପଞ୍ଚାୟତରାଜ ଓ ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ଶିଳାନ୍ୟାସ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେତୃତ୍ୱରେ ରାଜ୍ୟ ସରକାର ଆମ ଗାଁ ଆମ ବିକାଶ ଠାରୁ ଆରମ୍ଭ କରି ବହୁ ଯୋଜନା ଭିର୍ତ୍ତିକ ଅନୁଦାନ ଗ୍ରାମାଞ୍ଚଳରେ ବିନିଯୋଗ କରୁଛନ୍ତି l ଗୁରୁବାର ଦିବା ୧୧.୦୦ ଘଣ୍ଟ ସମୟରେ ମନ୍ତ୍ରୀ ଗ୍ରସ୍ତ କରି କୋଦଳା ଏନ.ଏସିରେ ପହଞ୍ଚି ସେଠାରେ ଶିଳାନ୍ୟାସ ଉଦଘାଟନ କରିବା ସହ ବେଗୁନିଆପଡା ଶୌଚାଳୟ ଓ ସୁମଣ୍ଡଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଶିଳାନ୍ୟାସ ଉଦଘାଟନ କରିଥିଲେ l କୋଦଳା ଦଣ୍ଡିଶ୍ୱର ମନ୍ଦିର ମଣ୍ଡପ ରାସ୍ତା ନିର୍ମାଣ କାର୍ଯ୍ୟ ସରିଥିବା ବେଳେ ସେଠାରେ ଶୁଭ ଉଦଘାଟନ କରିଥିଲେ l ମନ୍ତ୍ରୀ ପ୍ରତାପ ଜେନାଙ୍କ ଗ୍ରସ୍ତ ସମୟରେ ଆସିକା ସାଂସଦ ଶ୍ରୀମତୀ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଲତିକା ପ୍ରଧାନ ଓ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

LEAVE A REPLY

Please enter your comment!
Please enter your name here