କାର ଦୁର୍ଘଟଣାଗ୍ରସ୍ତ, ଜଣେ ଗୁରୁତର

0
645

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୋଦଳା ଥାନା ଅନ୍ତର୍ଗତ ମଠସରସିଙ୍ଗି ଗ୍ରାମରେ ସୋମବାର ଏକ କାର(ଓଡ଼ି-୦୨-ଏଏ-୨୬୮୧) ନମ୍ବର ବିଶିଷ୍ଟ ଦୁର୍ଘଟଣା ଘଟିଛି।ସୂଚନା ମୁତାବକ ଭୁବନେଶ୍ୱରରୁ ଆସିକା ଅଭିମୁଖେ ଯାଉଥିବା କାରଟି ଭାରସାମ୍ୟ ହରାଇ ସକାଳ ୪:୦୦ ରେ ରାସ୍ତା ପାର୍ଶ୍ଵରେ ଥିବା ଏକ ନଳକୂପକୁ ବାଡେଇଥିଲା ଫଳରେ ନଳକୂପଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଥିଲା।ଏବଂ ନଳକୂପ ନିକଟରେ ଥିବା ଜଣେ ସ୍ତ୍ରୀଲୋକ ଉଲି ପାଳ(୫୭) ମୁଣ୍ଡରେ ଆଘାତ ଲାଗି ଗୁରୁତର ହେବା ସହ କାର ଚାଳକ ଆହତ ହୋଇଛନ୍ତି।ପ୍ରଥମେ ତାଙ୍କୁ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବାପରେ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି।

LEAVE A REPLY

Please enter your comment!
Please enter your name here