ସିବିଏସଇ ଦ୍ୱାରା ଆୟୋଜିତ ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ବ୍ରହ୍ମପୁର ସ୍କେଟର ମାନଙ୍କ କର୍ଣ୍ଣାଟକର ବେଲଗାଁଓ ଗସ୍ତ ।

0
652

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଚଳିତ ମାସ ୨୭ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୪ ଦିନ ଧରି କର୍ଣ୍ଣାଟକ ରାଜ୍ୟର ବେଲଗାଁଓ ଶିବଗଙ୍ଗା ରୋଲର ସ୍କେଟିଂ ସ୍ପୋର୍ଟ୍ସ କ୍ଲବ ଠାରେ ସିବିଏସଇ ଦ୍ୱାରା ଆୟୋଜିତ ଜାତୀୟ ସ୍କେଟିଂ ପ୍ରତିଯୋଗୀତା ଅନୁଷ୍ଠିତ ହେବ । ଏଥିରେ ଅଂଶ ଗ୍ରହଣ କରିବା ଲାଗି ବ୍ରହ୍ମପୁର ସହରର ଦୁଇ ଜଣ ସ୍କେଟର ଆଜିଠାରୁ ଯାତ୍ରା ଆରମ୍ଭ କରିଛନ୍ତି । ବାଳିକା ବିଭାଗର ୧୦ବର୍ଷ ବର୍ଗରେ ଆଟୋମିକ ଏନରଜି ସେଣ୍ଟ୍ରାଲ ସ୍କୁଲର ଚତୁର୍ଥ ଶ୍ରେଣୀର ଛାତ୍ରୀ ଆଦ୍ୟେଶା ଆଦ୍ୟସ୍ମିତା ଓ ବ୍ରହ୍ମପୁର କେ.ସି ପବ୍ଲିକ୍ ସ୍କୁଲର ଛାତ୍ରୀ ୧୨ ବର୍ଷ ବର୍ଗରେ ସ୍ୱସ୍ତିକା ପଣ୍ଡା ଏହି ଚମ୍ପିଆନସିପ୍ ରେ ଭାଗ ନେବେ । ଆଦ୍ୟେଶା ଆଦ୍ୟସ୍ମିତା ଓ ସ୍ୱସ୍ତିକା ପଣ୍ଡା ୩ ଶହ ମିଟର ଟାଇମ୍ ଟ୍ରାଏଲ ସ୍କିଡ୍ ରେସ ଓ ଏକ ହଜାର ମିଟର ସ୍ପିଡ୍ ରେସ ଭଳି ଦୁଇଟି ଇଭେଣ୍ଟରେ ଭାଗ ନେବେ। ଉଭୟ ସ୍କେଟର ଦ୍ୱତୀୟଥର ପାଇଁ ନ୍ୟାସନାଲ ସ୍କେଟିଂ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବା ପାଇଁ ସୁଯୋଗ ପାଇଥିବା ବେଳେ ଵିଷାଖପଟନମ ବ୍ରହ୍ମପୁର ସଞ୍ଜୟ ସଂଜୀବିନି ସ୍କେଟିଂ ଏକାଡେମୀର କୋଚ୍ ସି.ଏଚ. ସଞ୍ଜୟ କୁମାର ଠାରୁ ଏହି ଦୁଇ ସ୍କେଟର ପ୍ରଶିକ୍ଷଣ ନେଉଥିବା ବେଳେ ଯୋରଦାର ଅଭ୍ୟାସ କରିଛନ୍ତି । ଏହା ସହ ଏହି ପ୍ରତିଯୋଗୀତାରେ ଉତ୍ତମ ପ୍ରଦର୍ଶନ କରି ସଫଳତା ହାସଲ କରିବେ ବୋଲି ଏକାଡେମୀ ଓ ସ୍କେଟର ମାନେ ଆଶା ରଖିଛନ୍ତି । ଦୁଇ ସ୍କେଟର ଆଜି ବେଲଗାଁଓ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ବେଳେ ତାଙ୍କୁ ସ୍କେଟିଂ ଏକାଡେମୀ, ଅଭିଭାବକ ଓ ବହୁ ସ୍କେଟର ମାନେ ଉପସ୍ଥିତ ରହି ଉଭୟ ଉତ୍ତମ ପ୍ରଦର୍ଶନ ସହ ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ ।

LEAVE A REPLY

Please enter your comment!
Please enter your name here