ରେଶମ ସହରର ପଶମ ବଜାର

0
692

ବ୍ରହ୍ମପୁର((ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ରେଶମ ସହରର ପଶମ ବଜାର। କାହାକୁ ଅଛପା ନାହିଁ। ଏହି ବଜାର କେବଳ ଶୀତ ମାସରେ ହିଁ ଖୋଲିଥାଏ। ଏଣୁ ବଜାର ଖୋଲିଲେ ଶୀତ ଆସିବା ନେଇ ସୂଚନା ମିଳିଥାଏ। ଏହି ବଜାର ଖୋଲିଥାନ୍ତି ଗଜପତି ଜିଲ୍ଲା ଚନ୍ଦ୍ରଗିରି ଓ ଜିରାଙ୍ଗ ଅଂଚଳରେ ବସବାସ କରୁଥିବା ତିଵତୀୟ ଶରଣାର୍ଥୀମାନେ। ବର୍ଷ ବର୍ଷ ଧରି ଏହି ବ୍ୟବସାୟ କରିଆସୁଛନ୍ତି ସେମାନେ। ବ୍ରହ୍ମପୁର ସହରର ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ଅର୍ଥାତ ଚର୍ଚ୍ଚ ପଡିଆରେ ବସୁଛି ଏହି ପଶମ ବା ଉଲେନ ମାର୍କେଟ । ମୋଟ ପ୍ରାୟ ୫୦ଟି ଦୋକାନ ଗୋଟିଏ ସ୍ଥାନରେ ଖୋଲା ଯାଉଥିବାବେଳେ ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍କ ସେପୁଣି ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଉପଲବ୍ଧ ହେଉଛି। ଧାର୍ଯ୍ୟ ମୁଲ୍ୟରେ ଶୀତ ବସ୍ତ୍ର ମିଳୁଥିବା ବେଳେ ଗ୍ରାହକଙ୍କ ରୁଚି ଓ ପସନ୍ଦକୁ ଧରି ଏଠାରେ ହୋଇଥାଏ ବିକ୍ରିବଟା। ସାଧାରଣତଃ ଏହି ତିଵତୀୟ ମାନେ ରାଜ୍ୟର ବିଭିନ୍ନ ସହରରେ ଶୀତ ବସ୍ତ୍ର ବ୍ୟବସାୟ କରିଥାନ୍ତି। ଅନ୍ୟ ସମୟରେ ନିଜ ବାସସ୍ଥାନରେ ଫଳ ଓ ମକ୍କା ଚାଷ କରି ପରିବାର ଗୁଜରଣ କରିଥାନ୍ତି। ତେବେ ଏହି ବ୍ୟବସାୟୀମାନେ ପୂର୍ବରୁ ଯଦିଓ ନିଜେ ଶୀତ ବସ୍ତ୍ର ତିଆରି କରି ବ୍ୟବସାୟ କରୁଥିଲେ ଏବେ କିନ୍ତୁ ବ୍ରାଣ୍ଡେଡ଼ କମ୍ପାନୀର ଶୀତ ପୋଷାକ ସହିତ ପ୍ରତିଯୋଗିତା କରିବା ସମ୍ଭବପର ନଥିବା କାରଣରୁ ଲୁଧିଆନାରୁ କ୍ରୟ କରି ଆଣି ବିଭିନ୍ନ ସହରରେ ବ୍ୟବସାୟ କରୁଛନ୍ତି। ତେବେ ସେ ଯାହା ହେଉନା କାହିଁକି ରେଶମ ସହରରେ ଲୋକେ ତିଵତୀୟମାନଙ୍କ ଏହି ସ୍ୱତନ୍ତ୍ର ପଶମ ବଜାରକୁ ଲୋକେ ଯେମିତି ଚାହିଁ ରହିଥାନ୍ତି ।

LEAVE A REPLY

Please enter your comment!
Please enter your name here