ଚୀନ ଭାରତର ୫୦ରୁ ୬୦ କିଲୋମିଟର ସ୍ଥାନ ମାଡ଼ି ବସିଛି : ବିଜେପି ସାଂସଦ

0
720

ବେଜିଂ : ଭାରତୀୟ ଜନତା ପାର୍ଟିର ସଦସ୍ୟ ତପିର ଗାଓ ମଙ୍କଳବାର କହିିଛନ୍ତି କି ଭାରତରୁ ପ୍ରାୟ ୫୦ରୁ ୬୦ କିଲୋମିଟର ଜାଗା ଚୀନ ମାଡ଼ି ବସିଛି। ସେ ଆହୁରି ବି କହିଛନ୍ତି ଯେ ଭାରତ ଓ ଚୀନ ସେନା ଭିତରେ ଯଦି ଡୋକଲାମ ଭଳି ମୁହାଁମୁହିଁ ହୁଏ ତେବେ ଅରୁଣାଚଳ ପ୍ରଦେଶରେ ହିଁ ଏପରି ହେବ। ଲୋକସଭାର ଶୂନ୍ୟ ଘଡ଼ିରେ ଏହି ପ୍ରସଂଗରେ ନିଜର ମତ ରଖି ଅରୁଣାଚଳ ପ୍ରଦେଶର ଏହି ସାଂସଦ ଗାଓ କହିଛନ୍ତି କି ‘ଗୋଟାଏ ସମୟରେ ଏବେକାର ପ୍ରତିରକ୍ଷା ମନ୍ତ୍ରୀ ଏସ୍ ଜୈଶଶଙ୍କର ଅରୁଣାଚଳପ୍ରଦେଶରେ ସୈନିକ ବେଶରେ ଫଟୋ ଉଠାଇଥିଲେ , ସେହି ସ୍ଥାନ ଏବେ ଭାରତରେ ନାହିଁ। ଆମ ଦେଶରୁ ଗୁଡ଼ାଏ ଜାଗା ଚୀନ ମାଡ଼ି ବସିଛି। ଭବିଷ୍ୟତରେ ଡୋକଲାମ ପରି ବିବାଦ ଠିଅ ହେବ ବୋଲି ସେ ନିଜର ମତ ରଖି କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୧୭ ମସିହାରେ ଡୋକଲାମଠାରେ ଭାରତ ଓ ଚୀନ ଭିତରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ୭୩ ଦିନ ପର୍ଯ୍ୟନ୍ତ ଦୁଇ ପକ୍ଷର ସୈନିକ ମୁହାଁମୁହିଁ ହୋଇ ଜଗି ରହିଥିଲେ।

LEAVE A REPLY

Please enter your comment!
Please enter your name here