ଗଛରୁ ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

0
633

କୋରାପୁଟ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ କୁନ୍ଦ୍ରାଗୁଡ଼ାରେ ଘଟିଛି ଏକ ଅଭାବନୀୟ ଘଟଣା । ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କରିଛନ୍ତି ପ୍ରେମୀଯୁଗଳ । ଗାଁର କାଜୁ ମିଲ ପଛ ପଟେ ଥିବା ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ଉଭୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସକାଳୁ ସକାଳୁ କିଛି ଗାଈ ଚରାଳି ଗାଁ ଲୋକଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ପରେ ଘଟଣା ସ୍ଥଳରେ ବୋରିଗୁମ୍ମା ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି । ଯୁବକ ଜଣକ ହେଲେ ନୂଆ କୁନ୍ଦ୍ରଗୁଡ଼ାର ରଘୁନାଥ ଗୌଡ଼ ବୟସ (୧୭) ଯୁବତୀ ଜଣଙ୍କ ମଧ୍ୟ ସେହି ଗ୍ରାମର ଅଷ୍ଟମ ଶ୍ରେଣୀର ଛାତ୍ରୀ ଲଷ୍ମୀ ଗୌଡ଼ ବୟସ (୧୫) ବୋଲି ଜଣାପଡିଛି । ପରିବାର ଲୋକେ କହିବା ଅନୁଯାୟୀ ରଘୁନାଥ ରାତିରେ ଖାଇ ବାହାରିବା ପରେ ଆଉ ଘରକୁ ଫେରି ନଥିଲା। ଏହା ଏକ ପ୍ରେମ ଜନିତ ଆତ୍ମହତ୍ୟା ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ଉଭୟଙ୍କ ହାତ ବନ୍ଧା ଅବସ୍ଥାରେ ମୃତଦେହ ଜବତ କରାଯାଇଛି । ତେଣୁ ଏହା ଆତ୍ମହତ୍ୟା ନା ସେମାନଙ୍କୁ ହତ୍ୟା କରାଯାଇଛି,ପୋଲିସ ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ।

LEAVE A REPLY

Please enter your comment!
Please enter your name here