ବାରହା ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ମଣିଷ ପାଇଁ ହେଲା କାଳ।

0
637

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଂଜାମ ବେଗୁନିଆପଡ଼ା ବ୍ଳକ କେ ବରିଡ଼ା ପଞ୍ଚାୟତ ପିହାଣିଆ ରେ ଅଘଟଣ। ବାରହା ଫସଲ ନଷ୍ଟ କରୁଥିବା ନେଇ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ଯକ୍ତିଙ୍କର ମୃତ୍ୟୁ ଘଟିଛି। ମୃତ ବ୍ଯକ୍ତି ଜଣକ ହେଲେ ପିହାଣିଆ ଗ୍ରାମର ଧୋବା ସିଥ। ତେବେ ବେଆଇନ ଭାବେ ବିଦ୍ୟୁତ ତାର ବିଛାଯାଇଥିବା ଏବଂ ଉକ୍ତ ତାର ସଂସ୍ପର୍ଶରେ ଆସି ଧୋବାକଂ ମୃତ୍ୟୁ ଘଟିବା ପରେ ତରବରିଆ ଭାବେ ତାଙ୍କୁ ଶ୍ମଶାନକୁ ନେଇ ସତ୍କାର କରିବାକୁ ଉଦ୍ୟମ କରୁଥିବା ବେଳେ ଖବର ପାଇ ଖଲ୍ଲିିକୋଟ ପୋଲିସ ମୃତ ବ୍ଯକ୍ତିଙ୍କ ଦରପୋଡା ଶରୀର ଉଧାର କରି ବ୍ଯବଚ୍ଛେଦ ପାଇଁ ପଠାଇଛି। ଘଟଣାରେ ଯିଏ ସଂପୃକ୍ତ ଅଛନ୍ତି ସେମାନଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି।

LEAVE A REPLY

Please enter your comment!
Please enter your name here