ରକ୍ତର ଅଭାବକୁ ଦୂର କରିବା ଉଦ୍ଦେଶ୍ୟରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଉତ୍ସର୍ଗ ଯୋଜନାର ଶୁଭାରମ୍ଭ।

0
677

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ଶକ୍ତିଧର ରାଜଗୁରୁ) : ବ୍ରହ୍ମପୁର ପୋଲିସ ପକ୍ଷରୁ ରକ୍ତର ଅଭାବକୁ ଦୂର କରିବା ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଉତ୍ସର୍ଗ ନାମକ ଏହି କାର୍ଯ୍ୟକ୍ରମ ଜରିଆରେ 24×7 ହେଲ୍ପ ଲାଇନ ଜରିଆରେ ଲୋକଙ୍କୁ ରକ୍ତ ଯୋଗାଇବା ଲକ୍ଷ୍ୟ ରଖାଯାଇଛି। ଫଳରେ ଏଣିକି ରକ୍ତର ଅଭାବ କାରଣରୁ କାହାର ଯେମିତି ଜୀବନ ନଯାଏ ସେଥିପ୍ରତି ଉଦ୍ୟମ କରାଯାଇଛି। ଆଜି ଏମ୍ କେ ସି ଜି ମେଡିକାଲ କଲେଜର ଅଡିଟାରୀୟମରେ ବ୍ରହ୍ମପୁର ପୋଲିସ ପକ୍ଷରୁ ଆୟୋଜିତ ଉତ୍ସବରେ ଦକ୍ଷିଣାଞ୍ଚଳ ପୋଲିସ ଡି ଆଇ ଜି ସତ୍ୟବ୍ରତ ଭୋଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ପୋଲିସର ଏଭଳି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ। ତେବେ କେବଳ ଯେ ରକ୍ତଦାନ କରିବା ଏହାର ଲକ୍ଷ୍ୟ ଏହା ନୁହେଁ ବରଂ ପ୍ରତି ରୋଗୀଙ୍କ ସମ୍ପର୍କୀୟଙ୍କୁ ବୁଝାଇ ନୂଆ ରକ୍ତଦାତା ବି ସୃଷ୍ଟି କରିବା ହେଉଛି ଅନ୍ୟ ଉଦ୍ଦେଶ୍ୟ। ଏଣୁ ରକ୍ତର ଆବଶ୍ୟକତା ଥିବା ଲୋକ ଓ ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରଥମେ ରକ୍ତ ଦେବା ପାଇଁ ପ୍ରବର୍ତ୍ତାଇବା, ରକ୍ତ ଦେବାରେ କୌଣସି ଭୟ ନଥିବା, କିଛି ପାର୍ଶ୍ଵ ପ୍ରତିକ୍ରିୟା ନଥିବା ଆଦି ବୁଝାଇବା ଦ୍ୱାରା ନୂଆ ରକ୍ତଦାତା ସୃଷ୍ଟି ହେବେ ଓ ରକ୍ତର ଅଭାବ ରହିବ ନାହିଁ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସ ପି ପିନାକ ମିଶ୍ର ଓ ମେଡିକାଲ କଲେଜର ଡିନ ପ୍ରଫେସର ରାଧାମାଧଵ ତ୍ରିପାଠୀ ପ୍ରମୁଖ ମଞ୍ଚରେ ଥିବା ବେଳେ ବହୁ ବରିଷ୍ଠ ପଦାଧିକାରୀ ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here