କାର୍ତ୍ତିକ ଶେଷ ସୋମବାରରେ ଶାକୁଂଡା ଧବଳେଶ୍ଵର ପୀଠ ଲୋକାରଣ୍ୟ।

0
615

କୋଦଳା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଆଜି ହେଉଛି ପୁଣ୍ଯ ମାସ କାର୍ତ୍ତିକର ଶେଷ ସୋମବାର। ପ୍ରତି ସୋମବାର ଅପେକ୍ଷା କାର୍ତ୍ତିକ ଶେଷ ସୋମବାରରେ ବିଭିନ୍ନ ଶୈବପୀଠରେ ଭକ୍ତ ମାନଙ୍କ ଗହଳି ଦେଖିବାକୁ ମିଳିଥିବା ବେଳେ ଗଂଜାମ ବେଗୁନିଆପଡ଼ା ବ୍ଳକ ସ୍ଥିତ ଶାକୁଂଡା ପ୍ରସିଦ୍ଧ ଧବଳେଶ୍ଵର ମହାଦେବଙ୍କ ପୀଠରେ ଭକ୍ତ ମାନଙ୍କ ଗହଳି ଦେଖିବାକୁ ମିଳିଥିଲା ।ବିଶେଷ କରି ମହିଳା ମାନଙ୍କ ଅଧିକ ଗହଳି ପରିଲକ୍ଷିତ ହୋଇଥିଲା। ଶେଷ ସୋମବାର ହୋଇଥିବାରୁ ଶିବ ଭୋଳାନାଥକଂ ପୂଜାର୍ଚ୍ଚନା ସହ ନୈବେଦ୍ୟ ଅର୍ପଣ କରିଥିଲେ ମହିଳା। ଆଖପାଖ ଅଞ୍ଚଳରୁ ପାଖାପାଖି ୩୦ ହଜାରରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିବା ବେଳେ ଧବଳେଶ୍ଵର ମନ୍ଦିର କମିଟି ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ବନ୍ଦବୋସ୍ତ କରାଯାଇଥିଲା। ମହିଳା ମାନେ ପୂଜା କରିବା ପାଇଁ ଧାଡିରେ ବହୁ ସମୟ ଛିଡା ହୋଇଥିବା ଦେଖିବାକୁ ମିଳିଥିଲା। ଆସନ୍ତା କାଲି କାର୍ତ୍ତିକ ପୂର୍ଣ୍ଣିମା ଥିବାରୁ ଯାତ୍ରା ଉପଲକ୍ଷେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହେବ ବୋଲି ମନ୍ଦିର କତୃପକ୍ଷ କହିଛନ୍ତି।

LEAVE A REPLY

Please enter your comment!
Please enter your name here