ସଇତାନ ସାଜିଲା ବାପା, ୮ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ପନିକିରେ ହାଣି କଲା ହତ୍ୟା

0
666

ନୂଆପଡ଼ା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ସଇତାନ ସାଜିଲା ବାପା । ୮ ବର୍ଷର ନିଷ୍ପାପ ଶିଶୁ କନ୍ୟାକୁ ପନିକିରେ ହାଣି ହତ୍ୟା କଲା ବାପା । ନୂଆପଡ଼ା ଖଡ଼ିଆଳ ଥାନା କୋଟାମାଲ ଗାଁରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଦୃଶ୍ୟ । ଶୁକ୍ରବାର ଏମିତି ଏକ ଅଭାବନୀୟ ଘଟଣା ଘଟିଥିଲା ନୂଆପଡ଼ା, ଖଡ଼ିଆଳ କୋଟାମାଲ ଗାଁରେ। ଖଡ଼ିଆଳ ପୁଲିସ ଖବର ପାଇଁ ଗାଁକୁ ପହଞ୍ଚି ଝିଅର ମୃତଦେହକୁ ଜବତ କରିଥିଲା। ହତ୍ୟା କରି ବାପା ମହେନ୍ଦ୍ର କେତକୀ ରାତିରେ ପୋଲିସ ପାଖରେ ଆତ୍ମ ସମର୍ପଣ କରିଛି। ଟଙ୍କା ଅଭାବରୁ ରୋଗୀଣା ଝିଆ ଚିକିତ୍ସା କରିନପାରିବାକୁ ସେ ଝିଅକୁ ହତ୍ୟା କରିଥିବା କହିଛି। ମହେନ୍ଦ୍ର କୌଣସି କାରଣକୁ ରାଗିଯାଇ ଘରେ ଥିବା ଏକ ପନିକିରେ ଝିଅର ବେକକୁ ହାଣି ହତ୍ୟା କରିଥିଲା। ଝିଅର ବଡ଼ବାପା ଖବର ପାଇଁ ତୁରନ୍ତ ଖଡ଼ିଆଳ ଥାନାକୁ ଆସି ଏକ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏକ ଟିମ୍ ନେଇ ଗାଁକୁ ଯାଇ ସରିତାର ମୃତଦେହକୁ ଉଦ୍ଧାର କରିବା ସହ ହତ୍ୟା କରିଥିବା ପନିକିକୁ ମଧ୍ୟ ଜବତ କରାଯାଇଛି।

LEAVE A REPLY

Please enter your comment!
Please enter your name here