ଗଞ୍ଜାମ ଜିଲ୍ଲା ପରିଷଦର ୧୯ନମ୍ବର ଯୋନ ସଦସ୍ୟ ଉପନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଶେଷ।

0
792

ଗଞ୍ଜାମ(ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ) : ଗଞ୍ଜାମ ଜିଲ୍ଲା ପରିଷଦର ଛତ୍ରପୁର ବ୍ଲକ ଅନ୍ତର୍ଗତ ୧୯ନଂ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଉପନିର୍ବାଚନ ଅନୁଷ୍ଠିତ ହେଉଛି। ଆସନ୍ତା ୨୭ତାରିଖରେ ଏହି ଉପନିର୍ବାଚନ ହେବାକୁ ଦିନ ଧାର୍ଯ୍ୟ ହୋଇଛି। ଆଜି ନାମାଙ୍କନ ପତ୍ର ଦାଖଲର ଶେଷ ଦିବସରେ ବିଭିନ୍ନ ରାଜନୈତିକ ଦଳର ପାର୍ଥି ମାନେ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଶାସକ ବିଜେଡି ସମେତ ବିରୋଧୀ ବିଜେପି, କଂଗ୍ରେସ ଓ ସିପିଆଇ ଦଳର ପ୍ରାର୍ଥୀମନେ ନାମାଙ୍କନ ଦାଖଲ କରିଛନ୍ତି। ଏହି ଜୋନରେ ୬ଟି ପଞ୍ଚାୟତ ଚମାଖଣ୍ଡି, ଲକ୍ଷ୍ମୀପୁର, ଶ୍ରୀରାମଚନ୍ଦ୍ରପୁର, ସୁନ୍ଦରପୁର, ନରେନ୍ଦ୍ରପୁର ଓ ଟାଙ୍ଗଣାପଲ୍ଲୀକୁ ନେଇ ଗଠିତ। ଏହି ଆସନଟି ଅନୁସୂଚିତ ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଥିବା ବେଳେ ଏହି ଜୋନରୁ ପୂର୍ବରୁ ବର୍ତ୍ତମାନର ଛତ୍ରପୁର ବିଧାୟକ ଶ୍ରୀ ସୁବାଷ ଚନ୍ଦ୍ର ବେହେରା ବିଜୟୀ ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଶ୍ରୀବେହେରା ବିଧାୟକ ହେବା ପରେ ଉକ୍ତ ଆସନଟି ଖାଲି ପଡ଼ିଛି। ତେଣୁ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଉଛି। ବିଜେଡିରୁ ପ୍ରମୋଦ କୁମାର ପ୍ରଧାନ, ବିଜେପି ପକ୍ଷରୁ ରଞ୍ଜିତ ପ୍ରଧାନ, କଂଗ୍ରେସ ପକ୍ଷରୁ ରବିନ୍ଦ୍ର ସେଠୀ ଓ ସିପିଆଇରୁ ଭାଗିରଥି ପ୍ରଧାନ ଆଜି ନିଜର ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ଆସି ନିଜର ପ୍ରାର୍ଥୀପତ୍ର ଛତ୍ରପୁର ଉପଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିଛନ୍ତି। ଏହି ଅବସରରେ ସବୁ ରାଜନୈତିକ ଦଳ ପକ୍ଷରୁ ବହୁ ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here