ଚିରିଗଲା ପଙ୍କାଳ ରାଜନୀତିରୁ ଆଉ ଏକ ପୃଷ୍ଠା

0
289

ଗଞ୍ଜାମ:ବେଗୁନିଆପଡ଼ା ବ୍ଲକ ପଙ୍କାଳ ଅଞ୍ଚଳର ବିଶିଷ୍ଟ ସମାଜବାଦୀ ନେତା ତଥା ତାଳସର ଗ୍ରାମ ପଞ୍ଚାୟତର ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ଭାସ୍କର ଦାସ ବ୍ରହ୍ମପୁର ଠାରେ ଚିକିତ୍ସାଧିନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି। ସମଗ୍ର ଅଞ୍ଚଳରେ ସେ ଜଣେ ବିଶିଷ୍ଟ ନ୍ୟାୟବାନ ବ୍ୟକ୍ତିତ୍ଵ ଭାବେ ପରିଚିତି ଲାଭ କରିଥିଲେ । ତାଙ୍କର ରାଜନୈତିକ ଜୀବନ କାଳ ଭିତରେ ନିସ୍ଵାର୍ଥପର ଜନସେବା ନିମନ୍ତେ ସେ ସଦା ସ୍ମରଣୀୟ ରହିବେ । ପିଲାଦିନୁ ରାମମନୋହର ଲୋହିଆଙ୍କ ସୋଷିଲିଷ୍ଟ ପାର୍ଟି ଦ୍ଵାରା ଅନୁପ୍ରାଣିତ ହୋଇ ତତ୍କାଳୀନ ବିଧାୟକ ଦିବଂଗତ ନାରାୟଣ ସାହୁଙ୍କ ଦୃଢ଼ ସମର୍ଥକ ଥିଲେ । ଏପରିକି ସମାଜବାଦୀ ଆନ୍ଦୋଳନରେ ନିଜକୁ ଜଡ଼ିତ ରଖି ସର୍ବସ୍ବ ତ୍ୟାଗ କରିଥିଲେ । ବୟସର ଭାରାକ୍ରାନ୍ତରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ବାହାରକୁ ବିଶେଷ ଭାବେ ବହୁ ଦିନ ହେଲା ଯାଆ ଆସ କରୁନଥିଲେ । ତାଙ୍କ ଅବର୍ତମାନରେ ସମାଜବାଦୀ ଆନ୍ଦୋଳନର ପ୍ରଜ୍ଜୋଳିତ ଦୀପ ଶିଖା ଆଜି ନିର୍ବାପିତ ହୋଇଯାଇଛି । ଜଣେ ବିଶିଷ୍ଟ ସମାଜବାଦୀ ପ୍ରବକ୍ତାଙ୍କୁ ହରାଇବା ଦୁଃଖରେ ଦକ୍ଷିଣ ଓଡ଼ିଶା ସାହିତ୍ୟ ସମ୍ମିଳନୀରୁ ମହାସଚିବ ଶ୍ରୀ ଦଣ୍ଡପାଣି ମହାପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here