ଏମ.କେ.ସି.ଜି ପ୍ରଫେସର ଡକ୍ଟର ସତ୍ୟଦର୍ଶୀ ପଟ୍ଟନାୟକ ଆଇଏଏସଏସଟିଡ଼ିର ସଭାପତି ନିର୍ବାଚିତ

0
753

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ/ପ୍ରଣୟ ପଣ୍ଡା) : ତାମିଲନାଡୁ ରାଜ୍ୟର ମଦୁରାଇ ମେଡିକାଲ କଲେଜ ଆନୁକୂଲ୍ୟରେ କୋଡାଇକେନାଲ ସହରର କାର୍ଲଟେନ ହୋଟେଲରେ ୪୩ତମ ଜାତୀୟ ଯୌନ ରୋଗ ଓ ଏଡ଼ସ ବିଶେଷଜ୍ଞ ସଂଘର ବାର୍ଷିକ ସମ୍ମିଳନୀ ଅକ୍ଟୋବର ୧୧ରେ ଉଦଘାଟିତ ହୋଇ ଅକ୍ଟୋବର ୧୩ ତାରିଖରେ ଉଦଯାପିତ ହୋଇଅଛି |
ଏହି ସମ୍ମିଳନୀରେ ଏମକେସିଜି ମେଡିକାଲ କଲେଜର ଉଦୟମାନ ଯୁବ ପ୍ରଫେସର ଡକ୍ଟର ସତ୍ୟଦର୍ଶୀ ପଟ୍ଟନାୟକ (ଚର୍ମ ଓ ଯୌନ ରୋଗ ବିଭାଗ)ଙ୍କୁ ସମ୍ମାନଜନକ ଡକ୍ଟର ଏମ.ଏ.ହ୍ୱାଲି ଓ଼ରେସନ ଉପାଧି ଦେବା ସହ ନିଜର ବକ୍ତବ୍ୟ ରଖିବାକୁ ଦିଆଯାଇଥିବା ବେଳେ ସାର୍ଟିଫିକେଟ ଓ ଉପଢୌକନ ଦିଆଯାଇ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା,ପରେ ଡକ୍ଟର ପଟ୍ଟନାୟକଙ୍କୁ ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଘୋଷଣା କରାଯାଇଥିଲା | ଏହି ପଦ ପାଇବାରେ ଡକ୍ଟର ପଟ୍ଟନାୟକ ଚର୍ମ ଓ ଯୌନ ରୋଗ ବିଭାଗରୁ ରାଜ୍ୟର ପ୍ରଥମ ଡକ୍ଟର ଅଟନ୍ତି | ତାଙ୍କର ଏହି ସଫଳତାରେ ଡକ୍ଟର ସଂଘ ତରଫରୁ ଉଚ୍ଚ ସମ୍ବର୍ଧନା ଜ୍ଞାପାନ କରାଯାଇଛି |

LEAVE A REPLY

Please enter your comment!
Please enter your name here