ଜଳ ଆଗାମୀ ପିଡ଼ିଙ୍କ ପାଇଁ କାଳ

0
690

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଜଳକୁ ନେଇ ସବୁବେଳେ ଚର୍ଚ୍ଚା । ସେ ପିଇବା ପାଣି ହେଉ କିମ୍ବା ପ୍ରତ୍ୟକ ଦିନ ବ୍ୟବହାର କରୁଥିବା ଜଳ। ତେବେ ବର୍ତ୍ତମାନ ଜଳର ସଙ୍କଟ ଚାରିଆଡେ ଦେଖା ଦେଲାଣି । କେତେ ବେଳେ ପିଇବା ପାଣି ପାଇଁ ଲୋକଙ୍କ ଅସନ୍ତୋଷ ତ କେତେବେଳେ ନଦୀ ପୋଖରୀ ର ପାଣି ସୁଖୀ ଯାଉଛି। ଏଭଳି ସମସ୍ୟା ଏବେ ସାଧାରଣ ଲୋକଙ୍କ ମୁଣ୍ଡ ବିନ୍ଧା ର କାରଣ ପାଲଟିଛି। ତେବେ ଭାରତ ରେ ବିଶେଷ ମାତ୍ରାରେ ଜଳର ସଙ୍କଟ ଦେଖାଦେଉଥିବା ବେଳେ ଜଳ ନଷ୍ଟ ନକରିବା ପାଇଁ ସବୁଠି ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି । ସେ ସରକାରୀ ସ୍ତରରେ ହେଉ କିମ୍ବା ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ହେଉ ପ୍ରତ୍ୟକ ଟି ସମୟରେ ଜଳ ସଂକଟକୁ କିଭଳି ଦୂର କରାଯାଇପାରିବ ସେନେଇ ବିଭିନ୍ନ ସମୟରେ ସଚେତନତା କାର୍ଯ୍ୟକ୍ରମ ମଧ୍ୟ କରାଯାଉଛି। ଜଳର ସଙ୍କଟ ଧୀରେ ଧୀରେ ବୃଦ୍ଧି ପାଉଥିବା ବେଳେ ଏବେ ତାହା ଆଗାମୀ ପିଡ଼ିଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଗଂଜାମ ଜିଲ୍ଲାରେ ବିଶେଷ ମାତ୍ରା ରେ ପାନୀୟ ଜଳର ସଙ୍କଟ ହେତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ରେ ପ୍ରତ୍ୟକ ଟି ସମୟରେ ଜଳର ସଙ୍କଟ ହେତୁ ଜନ ଆନ୍ଦୋଳନ ମଧ୍ୟ ସୃଷ୍ଟି ହେଉଛି । ଖରାଦିନେ ଏହାର ପ୍ରଭାବ ବିଶେଷ ମାତ୍ରା ରେ ରହୁଥିବା ବେଳେ ଜନ ସ୍ଵାସ୍ଥ୍ୟ ବିଭାଗ ଆଗରେ ଅଞ୍ଚଳବାସୀ ଆନ୍ଦୋଳନ କରି ସମସ୍ୟାର ର ସମାଧାନ ପାଇଁ ଦାବି ମଧ୍ୟ କରୁଛନ୍ତି।ତେବେ କିଛି ବର୍ଷ ତଳେ ଗଂଜାମ ବାସୀଙ୍କ ଜଳ ସମସ୍ୟାକୁ ଆଖିଆଗରେ ରଖି ସମସ୍ୟାକୁ ଦୂର କରିବା ପାଇଁ ରାଜ୍ୟ ସରକାର ଜାନିବିଲି ପ୍ରକଳ୍ପ କୁ ଆରମ୍ଭ କରିଥିଲେ । କେବଳ ଆରମ୍ଭ ନୁହେଁ ବରଂ ଏହାକୁ ଖୋଦ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଶୁଭ ଦେଇ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ। ଏହି ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଆଗାମୀ ବର୍ଷ ପାଇଁ ଜଳର ସଙ୍କଟ ଦେଖାଦେଵ ନାହିଁ ବୋଲି ମଧ୍ୟ କହିଥିଲେ। କିନ୍ତୁ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି ଆଉ ଶୁଭାରମ୍ଭ ମଧ୍ୟ ହୋଇଛି କିନ୍ତୁ ଆଜି ପର୍ଯ୍ୟନ୍ତ ତାହା କାର୍ଯ୍ୟକାରୀ ହୋଇପାରିନାହିଁ। ତେବେ ନିର୍ବାଚନକୁ ଆଖିଆଗରେ ରଖି ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପର ଶୁଭ ଦେଇଥିବା ଏବେ ସାଧାରଣ ରେ ଚର୍ଚା। ତେବେ ସେ ଯାହା ହେଉନା କାହିଁକି କିନ୍ତୁ ଜଳ ଆଜିର ଏ ଆଧୁନିକ ସମାଜର ଲୋକଙ୍କ ପାଇଁ କାଳ ପାଲଟିଛି। ଏଥି ପ୍ରତି କେବଳ ସରକାର ନୁହେଁ ବରଂ ଜନ ସାଧାରଣ ମଧ୍ୟ ସଚେତନ ହେବାର ଆବଶ୍ୟକତା ରହିଛି। ବିଭିନ୍ନ ସମୟରେ ଜଳ କୁ ଲୋକେ ନଷ୍ଟ କରୁଥିବା ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି । କିନ୍ତୁ ଏଥିପ୍ରତି ସାବଧାନ ନୋହେଇ ଜଳ କୁ ବିନା କାରଣରେ ନଷ୍ଟ କଲେ ଏହା ଆଗାମୀ ପିଡ଼ି ଙ୍କ ପାଇଁ ମୁଣ୍ଡ ବିନ୍ଧା ର କାରଣ ପାଲଟିବ।
ଜଳ ପାଇଁ ସମାଜରେ ଲୋକ ଙ୍କ ମଧ୍ୟରେ ହା ହା କାର ର ଦୃଶ୍ୟ ଦେଖିବାକୁ ମିଳିବ। ଯାହାକି ସମସ୍ୟା ନୁହେଁ ବରଂ ଅଭିଶାପ ପାଲଟିବ। ମାନବ ସମାଜରେ ଜଳ ର ଭୂମିକା ଗୁରୁତ୍ୱ ପୂର୍ଣ୍ଣ ହୋଇଥିବାରୁ ଏହାକୁ ସଂରକ୍ଷଣ କରିବାର ଆବଶ୍ୟକତା ରହିଛି। ନଚେତ ଏହାର ପ୍ରଭାବ ଆଗାମୀ ପିଡ଼ିଙ୍କ ଉପରେ ନିଶ୍ଚୟ ଦେଖାଦେଵ।

LEAVE A REPLY

Please enter your comment!
Please enter your name here