କ୍ରମାଗତ ଦ୍ୱିତୀୟ ଥର ପାଇଁ ଶ୍ରେଷ୍ଠ ବିଦ୍ୟାଳୟ ରୂପେ ପୁରସ୍କୃତ ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର

0
679

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା /ପ୍ରଣୟ ପଣ୍ଡା) : ଚଳିତ ବର୍ଷ କ୍ରମାଗତ ଦ୍ୱିତୀୟ ଥର ପାଇଁ ବିରଳ କୃତିତ୍ୱର ଅଧିକାରୀ ହୋଇ ଓଡିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି ବ୍ରହ୍ମପୁର ସହରର ନୀଳକଣ୍ଠନଗର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର । ଏହି ବର୍ଷ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଫଳାଫଳରେ ଏହି ବିଦ୍ୟାଳୟ ଶ୍ରେଷ୍ଠ ରୂପେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପୁରସ୍କୃତ ହୋଇଛି। ପୁରସ୍କାର ସ୍ୱରୂପ ବିଦ୍ୟାଳୟ ଏକଲକ୍ଷ ଟଙ୍କାର ପୁରସ୍କାର ରାଶି ପାଇବା ସକାଶେ ଯୋଗ୍ୟ ବିବେଚିତ ହୋଇଛି। ପୂର୍ବରୁ ତଥା ଶିକ୍ଷାବର୍ଷ ଆରମ୍ଭରୁ ଏଭଳି ପୁରସ୍କାର ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାରୁ ଛାତ୍ରଛାତ୍ରୀ ତଥା ଗୁରୁଜୀଗୁରୁମାଙ୍କ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି ହୋଇଥିଲା ଓ ସଛାତ୍ରଛାତ୍ରୀମାନେ ପ୍ରତିଯୋଗିତାମୂଳକ ମନୋଭାବ ନେଇ ବୋର୍ଡ ପରୀକ୍ଷାର ସମ୍ମୁଖୀନ ହୋଇଥିଲେ । ବିଦ୍ୟାଳୟ ଶ୍ରେଷ୍ଠ ପୁରସ୍କାର ପାଇଥିବାରୁ ପରିଚାଳନା ସମିତି ସଦସ୍ୟମାନେ ପ୍ରଧାନାଚାର୍ଯ୍ୟ ଏସ୍. ମୋହନ ରାଓ ଓ ଶିଶୁମନ୍ଦିର ପ୍ରଧାନାଚାର୍ଯ୍ୟ ଉମାଧବ ମହାନ୍ତି ତଥା ଗୁରୁଜୀଗୁରୁମାଙ୍କୁ ଧନ୍ୟବାଦ ଜଣାଇଥିଲେ । ସୂଚନା ଅନୁଯାୟୀ,ଦୀର୍ଘ ୨୮ବର୍ଷ ଧରି ଏହି ଅନୁଷ୍ଠାନ ଶତପ୍ରତିଶତ ଫଳାଫଳ ରଖି ଓଡିଶାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଚଳିତ ବର୍ଷ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷାଫଳରେ ବିଦ୍ୟାଳୟର ସର୍ବାଧିକ ୫୭ଜଣ ଛାତ୍ରଛାତ୍ରୀ ଏ-୧ ଗ୍ରେଡ୍ରେ, ୧୨୪ଜଣ ଏ-୨ ଗ୍ରେଡ଼, ୬୩ଜଣ ବି-୧ ଗ୍ରେଡ, ୨୫ଜଣ ବି-୨ ଗ୍ରେଡ୍, ୧୦ଜଣ ସି-ଗ୍ରେଡ୍ରେ ଓ ୫ଜଣ ଡି-ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇ ରାଜ୍ୟରେ ବିରଳ କୃତିତ୍ୱର ଅଧିକାରୀ ହୋଇଛନ୍ତି। ଶିଶୁଙ୍କ ସର୍ବାଙ୍ଗୀନ ବିକାଶ କରିବା ତଥା ସମାଜରେ ସୁପ୍ରତିଷ୍ଠିତ କରାଇବା ଅନୁଷ୍ଠାନର ମୂଳ ଲକ୍ଷ୍ୟ । ବିଦ୍ୟାଳୟ ଏଭଳି ସ୍ୱତନ୍ତ୍ର ପୁରସ୍କାର ପାଇଥିବାରୁ ପରିଚାଳନା ସମିତି ସଭାପତି ଶ୍ରୀ ଶ୍ରୀକାନ୍ତ ମହାପାତ୍ର, ଉପ ସଭାପତି ଶ୍ରୀ ହରିକୃଷ୍ଣ ନାୟକ, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମ ସମ୍ପାଦିକା ଶ୍ରୀମତୀ ମମତା ପାଣିଗ୍ରାହୀ, କୋଷାଧ୍ୟକ୍ଷ ଶ୍ରୀ ରବୀନ୍ଦ୍ରନାଥ ଜେନା, ସଦସ୍ୟ ଶ୍ରୀ ନୀଳକଣ୍ଠ ସାହୁ, ଶ୍ରୀମତୀ ବାସନ୍ତୀ ବେହେରା, ଉପଦେଷ୍ଟା ଶ୍ରୀ ଧର୍ମରାଜ ସାହୁ, ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀ ସୁଦର୍ଶନ ପାଢୀ, ଶ୍ରୀ ହରିକୃଷ୍ଣ ପାଢୀ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶ୍ରୀ ବି.ଗଜପତି ରାଓଙ୍କୁ ଛାତ୍ରଛାତ୍ରୀ, ଆଚାର୍ଯ୍ୟଆଚାର୍ଯ୍ୟା ତଥା ଅଭିଭାବକମାନେ ଅଭିନନ୍ଦନ ଜଣାଇଛନ୍ତି। ବିଦ୍ୟାଳୟକୁ ଶ୍ରେଷ୍ଠ ପୁରସ୍କାର ମିଳିଥିବାରୁ ସମସ୍ତ ଅଭିଭାବକ, ଆଚାର୍ଯ୍ୟଆଚାର୍ଯ୍ୟା, ପରିଚାଳନା ସମିତିର ସମସ୍ତ ସଦସ୍ୟସଦସ୍ୟା ଓଡିଶା ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here