ଆରଟିଓ କର୍ମଚାରୀ ପିନ୍ଧିବେ ବ୍ୟାଣ୍ଡ : ପରିବହନ କମିଶନର

0
671

ଭୁବନେଶ୍ୱର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ): ଆରଟିଓ କାର୍ଯ୍ୟାଳୟକୁ ଦଲାଲମୁକ୍ତ କରିବାକୁ ବଡ଼ ପ୍ରୟାସ । ସେହି ଆଧାରରେ ସବୁ ଆଞ୍ଚଳିକ ଆରଟିଓ କାର୍ଯ୍ୟାଳୟକୁ ଚିଠି ଲେଖି ଜଣାଇଛନ୍ତି ପରିବହନ କମିଶନର ସଂଜୀବ ପଣ୍ଡା। ମଧ୍ୟସ୍ଥି, ଦଲାଲ କିମ୍ବା ଏଜେଣ୍ଟମାନେ କିଭଳି ଆରଟିଓ ଅଫିସରେ ପ୍ରବେଶ କରି ପାରିବେ ନାହିଁ, ସେଥିପାଇଁ ନୋଟିସ ଫଳକ ସବୁ ଆରଟିଓ ଅଫିସର କାନ୍ଥବାଡ଼ରେ ଲଗାଯିବ। କୌଣସି ଆରଟିଓ କର୍ମଚାରୀ ଦଲାଲଙ୍କୁ ପ୍ରୋତ୍ସାହନ ନଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦଲାଲ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରଭେଦ ବାରିବା ପାଇଁ ଆର୍‌ଟିଓ ଅଫିସ୍‌ରେ କାମ କରୁଥିବା କର୍ମଚାରୀମାନେ ନୀଳ ରଙ୍ଗର ବ୍ୟାଣ୍ଡ ବାନ୍ଧିବେ। ସର୍ଭିସ ପ୍ରୋଭାଇଡରମାନେ ସବୁଜ ରଙ୍ଗ ଏବଂ ସ୍ମାର୍ଟ କର୍ମଚାରୀମାନେ ହଳଦିଆ ରଙ୍ଗର ବ୍ୟାଣ୍ଡ ବାନ୍ଧିବେ।ଏହାସହ ଆରଟିଓ ଅଫିସ୍‌ରେ ବଡ଼ ଚାଟ୍ ବୋର୍ଡ ଲାଗିବ। ଏଥିରେ ବଡ଼ ଅକ୍ଷରରେ ଫି’ ଲେଖାଯିବ। ଦଲାଲଙ୍କ ପ୍ରାଦୁର୍ଭାବ ରୋକିବା ପାଇଁ ଟୋଲ୍ ଫି’ ନମ୍ବର ଜାରି କରିଛି ରାଜ୍ୟ ପରିବହନ ବିଭାଗ। ଏହସହ ସବୁ ଆର୍‌ଟିଓ ଅଫିସ୍‌ରେ କିଓସ୍କ ମେସିନ୍ ଏବଂ ସିସିଟିଭି ବାଧ୍ୟତାମୂଳକ କରାଯାଇଛି। ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ହେଲ୍ପ ଲାଇନ୍ ନମ୍ବର ଜାରି କରାଯାଇଛି। ହେଲ୍ପ ଡେସ୍କ ନମ୍ବର – ୧୮୦୦ ୩୪୫ ୧୦୭୩ରେ ଲୋକେ ଅଭିଯୋଗ କରିପାରିବେ।

LEAVE A REPLY

Please enter your comment!
Please enter your name here