କୋଦଳାରେ ପାରମ୍ପରିକ ଲକ୍ଷ୍ମୀପୂଜା ଆରମ୍ଭ l

0
704

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଗଞ୍ଜାମ ଜିଲ୍ଲା କୋଦଳାରେ କାର୍ତ୍ତିକ ମାସ ପ୍ରଥମ ଦିନରୁ ଆରମ୍ଭ ହୋଇଥାଏ ମା’ଗଜଲକ୍ଷ୍ମୀ ପୂଜା l ଜଗନ୍ନାଥ ମନ୍ଦିର ପରିସର ଏବଂ ମା’ ହନୁମନ୍ତ ନାରାୟଣୀ ମନ୍ଦିର ପରିସର ଏହିପରି ଦୁଇଟି ପୂଜା ମଣ୍ଡପରେ ମା’ ଗଜଲକ୍ଷ୍ମୀ ଏକ ମାସଧରି ପୂଜା ପାଆନ୍ତି l ରବିବାର ବିଳମ୍ବିତ ରାତି ଠାରୁ ପାରମ୍ପରିକ ନିତି ଅନୁଯାଇ ଆରମ୍ଭ ହୋଇଛି ମା ‘ଙ୍କ ପୂଜାର୍ଚ୍ଚନା l ଏହାକୁ ନେଇ ଉତ୍ସବମୁଖର ହୋଇପଡିଛି କୋଦଳା ସହର ତଥା ଆଖପାଖ ଅଂଚଳ l ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ହୋଇଥିବା ଗଜଲକ୍ଷୀ ପୂଜା ଦୀର୍ଘ ୨୭ ବର୍ଷରେ ପଦାର୍ପଣ ହୋଇଥିବା ବେଳେ ମା ହନୁମନ୍ତ ନାରାୟଣୀ ଲକ୍ଷୀପୂଜା ୫ ବର୍ଷ ଧରି ହୋଇଆସୁଛି l ଏହା ସହ ଉଭୟ କମିଟି ପକ୍ଷରୁ ମା’ଙ୍କ ସନ୍ଧ୍ୟା ଆଳତୀ ଦୃଷ୍ଟିରେ ରଖି ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସହ କମିଟି ପକ୍ଷରୁ ସମ୍ପୂର୍ଣ୍ଣ ବ୍ୟବସ୍ଥା ହୋଇଛି l ଏବଂ କାର୍ତ୍ତିକ ମାସର ପ୍ରତ୍ୟେକ ସୋମବାର ଓ ଗୁରୁବାର ମା ଲକ୍ଷ୍ମୀଙ୍କୁ ସୁନାବେଶରେ ସୁସଜ୍ଜିତ କରାଯାଏ l ଏହି ପୂଜା କୁମାର ପୂର୍ଣ୍ଣିମା ଠାରୁ ଏକମାସ ଧରି ଅନୁଷ୍ଠିତ ହେଉଥିବାରୁ କୋଦଳାରେ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଛି l

LEAVE A REPLY

Please enter your comment!
Please enter your name here