ବଢୁଛି ବାଂଲାଦେଶୀ ଆତଙ୍କବାଦୀ ଗତିବିଧି : ଏନ୍ଆଇଏ ଡିଜି

0
833

ଭୁବନେଶ୍ବର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) : ଭାରତରେ ବାଂଲାଦେଶୀ ଆତଙ୍କବାଦୀ ସଙ୍ଗଠନର ଗତିବିଧି ବଢ଼ୁଛି। ଜମାତ-ଉଲ-ମୁଜାହିଦ୍ଦିନ ସଂଗଠନ ଭାରତରେ ନିଜ ଗତିବିଧିକୁ ବୃଦ୍ଧି କରୁଛି । ବିଶେଷକରି, ବିହାର, କର୍ଣ୍ଣାଟକ, କେରଳ ଓ ମହାରାଷ୍ଟ୍ରରେ ଏହି ସଂଗଠନର କାର୍ଯ୍ୟକଳାପ ବୃଦ୍ଧି ପାଉଛି । ନୂଆଦିଲ୍ଲୀରେ ଚାଲିଥିବା ଏନ୍ଆଇଏ (ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି) ସମ୍ମିଳନୀରେ ଏନ୍ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦୀ ଏହି ବୟାନ ଦେଇଛନ୍ତି। ଏ ସଂକ୍ରାନ୍ତରେ ୧୨୫ ସନ୍ଦିଗ୍ଧଙ୍କ ତାଲିକା ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି । ସେପଟେ ଏନଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି, ପଞ୍ଜାବରେ ଆତଙ୍କୀ କାର୍ଯ୍ୟ ଲାଗି ଲଗାତାର ପ୍ରୟାସ ଜାରି ରଖିଛନ୍ତି ଆତଙ୍କବାଦୀମାନେ । ଏଭଳି ୮ଟି ମାମଲାରେ ୧୬ ଜଣଙ୍କୁ ଗିରଫ କରାଯାଇଛି । ଖଲିସ୍ତାନ ଆନ୍ଦୋଳନକାରୀ ଏଥିରେ ସାମିଲ ଥିବା ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here