କର୍ଣ୍ଣାଟକର ରାଜନୀତି ଏକ ନୂଆ ମୋଡରେ

0
658

( ନ୍ୟୁଜ୍ଏକ୍ସଟ୍ର।): କର୍ଣ୍ଣାଟକରେ ଲଗାତାର ୭ ଦିନ ଧରି ଜାରି ରହିଛି ରାଜନୀତିକ ଅସ୍ଥିରତା। ଏହାରି ଭିତରେ ଆଜି ଆରମ୍ଭ ହୋଇଛି ବିଧାନସଭା। ରାଜନୀତିକ ଅସ୍ଥିରତା ପାଇଁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ନିଜ ପଦବୀ ଆଗାମୀ ଦିନରେ ବଞ୍ଚାଇ ନପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅନ୍ୟପଟେ ବିଳମ୍ୱିତ ରାତ୍ରିରେ ଟ୍ୱିଟ କରି କୁମାରସ୍ୱାମୀ କହିଛନ୍ତି କଂଗ୍ରେସ ଓ ଜେଡିଏସର ବିଧାୟକ ଇସ୍ତଫା ଦେଇଥିଲେ ମଧ୍ୟ ମେଣ୍ଟ ମଜଭୁତ ରହିଛି ଅ।ଉ ରହିବ । ଆଜି କଂଗ୍ରେସ ଏବଂ ଜେଡିଏସର ୧୧ ଜଣ ବିଧାୟକ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।  ଇସ୍ତଫା ଦେଇଥିବା ବିଧାୟକଙ୍କ ମଧ୍ୟରେ ବିସି ପାଟିଲ, ନାରାୟଣ ଗୌଡା, ଶିବରାମ ହେବ୍ୱର, ମହେଶ କୁମାଥଲ୍ଲୀ, ଗୋପାଲୈୟା, ରମେଶ ଜରକିହୋଲୀ, ଏବଂ ପ୍ରତାପ ଗୌଡା ସାମିଲ ଅଛନ୍ତି । ବିଧାନସଭା ବାଚସ୍ପତି ରମେଶ କୁମାର ମଧ୍ୟ ୧୧ବିଧାୟକଙ୍କ ଇସ୍ତଫା ପତ୍ର ଗୃହୀତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here