କଳିଙ୍ଗ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ପ୍ରତିଭା ଙ୍କୁ କଳିଙ୍ଗ ରତ୍ନ ସଂମାନ ; ସେବା ଗୌରବ ସଂମାନ ରେ ସନ୍ନମାନିତ ହେଲେ ସାମ୍ବାଦିକ ଅଭିଷେକ ମହାନ୍ତି

0
284

ଭୁବନେଶ୍ୱର()ସମାଜରେ ଝିଅଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ବେଟି ବଚାଓ ବେଟି ପଢ଼ାଓ ଅଭିଯାନ କୁ ଜୋରଦାର କରିବା ସହିତ ପୁଅ ଝିଅ ମାନଙ୍କ ମଧ୍ୟରେ ତାରତମ୍ୟ ହ୍ରାସ କରିବା ପାଇଁ ପ୍ରତ୍ୟେକ ବ୍ୟକ୍ତି ନିଜ ଠାରୁ ଆରମ୍ଭ କରିବା ଆବଶ୍ୟକ ବୋଲି ନିଜ ବକ୍ତବ୍ୟ ରେ ପ୍ରକାଶ କରିଛନ୍ତି ବିଶିଷ୍ଠ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ |ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ଉତ୍କଳ ରଙ୍ଗମଞ୍ଚ ଠାରେ ଆୟୋଜିତ ବେଟି ବଚାଓ ବେଟି ପଢ଼ାଓ ଉତ୍ସବ ରେ ଶ୍ରୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନାରୀଶକ୍ତି ବିଶ୍ୱର ଶ୍ରେଷ୍ଠ ଶକ୍ତି ବୋଲି କହିଥିଲେ |ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ସୁପରଷ୍ଟାର ସବ୍ୟସାଚୀ ମିଶ୍ର, ସମାଜସେବୀ ନିବେଦିତା ଭଞ୍ଜ ଙ୍କୁ କଳିଙ୍ଗରତ୍ନ ସଂମାନ ରେ ସନ୍ନମାନିତ କରାଯାଇଥିଲା | ବିଶିଷ୍ଠ ସମାଜସେବୀ ତଥା ସାମ୍ବାଦିକ ଅଭିଷେକ ମହାନ୍ତି ଙ୍କୁ ନିଜର ସେବା କାର୍ଯ୍ୟ ପାଇଁ ସେବା ଗୌରବ ସଂମାନ ରେ ସନ୍ନମାନିତ କରାଯାଇଥିଲା |ଉତ୍ସବ ରେ ଟ୍ରଷ୍ଟ ର ସମ୍ପାଦକ ମନୋଜ ରାଉଳ, ଇଂ.ଦିଲୀପ ପଟ୍ଟନାୟକ,ରଞ୍ଜନ ସାମଲ, ସାସ୍ୱତୀ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ | ସମାଜ ମଙ୍ଗଳ କାର୍ଯ୍ୟରେ ଅନବରତ ନିଜର ପ୍ରଚେଷ୍ଟା ବଜାୟ ରଖି ଲୋକଙ୍କ ହିତ ନିମନ୍ତେ କାର୍ଯ୍ୟ କରୁଥିବାରୁ ଶ୍ରୀ ଅଭିଷେକ ମହାନ୍ତି ଙ୍କୁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟିଛି |

LEAVE A REPLY

Please enter your comment!
Please enter your name here