ଗାନ୍ଧୀ ଜୟନ୍ତୀ ଉପଲକ୍ଷେ IYA ତରଫରୁ ସଡକ ସୁରକ୍ଷା ଓ ଆଇନୀ ସଚେତନତା ଶିବିର

0
892

ବେଗୁନିଆପଡା (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) :ଗଞ୍ଜାମ ଜିଲ୍ଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ କୋଦଳା NAC ସ୍ଥିତ ବସଷ୍ଟାଣ୍ଡ ନିକଟରେ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ IYA ତରଫରୁ ଏକ ସଡକ ସୁରକ୍ଷା ସମ୍ବନ୍ଧିତ ଆଇନୀ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l
‘ମୁଁ ବି ମାନୁଛି ଟ୍ରାଫିକ ନିୟମ, ଆପଣ ମଧ୍ୟ ମାନନ୍ତୁ’ ଶୀର୍ଷକ ଆଲୋଚନାରେ କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡକ ସୁରକ୍ଷାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ IYA ଚିଫ ଏଡିଟର ଜୀବନ ଜ୍ୟୋତି ଗଡ଼ନାୟକ, PRO ନରହରି ପ୍ରିୟା ଗଡ଼ନାୟକ, କୋଦଳା ଥାନା ଅଧିକାରୀ ଦିଲୀପ କୁମାର ସାହୁ, ବେଗୁନିଆପଡା ଫାଣ୍ଡି ଅଧିକାରୀ ଦୀପ୍ତି ରଞ୍ଜନ ବେହେରା, ଡାକ୍ତର କିରଣ କୁମାର ପାଣିଗ୍ରାହୀ, ବରୁଣ କୁମାର ପାଣିଗ୍ରାହୀ, ମାନବ ସୁରକ୍ଷା ଅଧିକାର ସଂଗଠନ ସଭାପତି ଜଗନ୍ନାଥ ସାହୁ, ABEO ରବୀନ୍ଦ୍ର ନାଥ ମିଶ୍ର, କିରଣ କୁମାର ସାହୁ, କୋଦଳା ଓକିଲ ସଂଘ ସଭାପତି ତାରିଣୀ ଚରଣ ପଟନାୟକ, ଲଷ୍ମୀ ନାରାୟଣ କଲେଜ ଅଧ୍ୟକ୍ଷ ପଦ୍ମ ଚରଣ ପାଢ଼ୀ, ବୃନ୍ଦାବନ ପାଣ୍ଡୀ ମହିଳା କଲେଜ ଅଧ୍ୟକ୍ଷା ସରୋଜିନୀ ବ୍ରହ୍ମା, IYA ରାଜ୍ୟ ପ୍ରତିନିଧି ଜଗବନ୍ଧୁ ସାହୁ, ଗଞ୍ଜାମ ଜିଲ୍ଲା କ୍ରାଇମ ରିପୋର୍ଟର ଟୁକୁନା ପ୍ରଧାନ,HR କୋର୍ଡିନେଟର ପ୍ରଦୀପ୍ତ ସାହୁ, କୋଦଳା ନଗର ବିଜେଡି ସଭାପତି ସଂଜୀବ କୁମାର ସାହୁ, ମହେଶ୍ୱର ବରାଡ, କୋଦଳା ଇଣ୍ଡେନ ଗ୍ୟାସ ସତ୍ତ୍ଵ ଅଧିକାରୀ ସାବତ ବାବୁ, ବରିଷ୍ଠ ସାମ୍ବାଦିକ ଦେବହରୀ ବେହେରା, ବିଜୁ ଯୁବ ବାହିନୀ ସଂଯୋଜକ ବିଭୁତି ପ୍ରଧାନ ଆଦି ଯୋଗଦେଇ ନିଜନିଜର ମତ ପୋଷଣ କରିଥିଲେ l ଏହି ଅବସରରେ ଜନସାଧାରଣଙ୍କୁ ସଡକ ସୁରକ୍ଷା ସମ୍ବନ୍ଧୀୟ ଚାବି ରିଙ୍ଗ ଓ ଷ୍ଟିକର ପ୍ରଦାନ କରାଯାଇ ସଚେତନତା କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମରେ IYA ସଦସ୍ୟ, ପୁଲିସ କର୍ମଚାରୀ, ଲଷ୍ମୀ ନାରାୟଣ କଲେଜ ଓ ବୃନ୍ଦାବନ ପାଣ୍ଡୀ ମହିଳା କଲେଜ ଛାତ୍ର ଛାତ୍ରୀ ଯୋଗଦେଇ ସହଯୋଗ କରିଥିଲେ l

LEAVE A REPLY

Please enter your comment!
Please enter your name here