ଶାରଦା ଚିଟ୍ଫଣ୍ଡ ମାମଲା: ରାଜୀବ କୁମାରଙ୍କୁ ମିଳିଲା ଆଗୁଆ ଜାମିନ

0
798

କୋଲକାତା: ସାରଦା ଚିଟ୍ଫଣ୍ଡ ମାମଲାରେ ଫସିଥିବା ପୂର୍ବତନ କୋଲକାତା ପୁଲିସ୍ କମିଶନର ଆଇପିଏସ୍ ରାଜୀବ କୁମାରଙ୍କୁ ଆଶ୍ୱସ୍ତି ମିଳିଛି। ଏହି ମାମଲାରେ ସିବିଆଇ ତାଙ୍କୁ ଗିରଫ କରିବା ପାଇଁ ଚେଷ୍ଟା କରୁଥିବା ବେଳେ ଆଜି କ୍ୟାଲକାଟା ହାଇକୋର୍ଟ ରାଜୀବଙ୍କୁ ଆଗୁଆ ଜାମିନ୍ ପ୍ରଦାନ କରିଛନ୍ତି। ଅର୍ଥାତ ସିବିଆଇ ଏବେ ତାଙ୍କୁ ସାରଦା ଚିଟ୍ଫଣ୍ଡ ମାମଲାରେ ଗିରଫ କରିପାରିବ ନାହିଁ।କୋର୍ଟ ରାଜୀବ ଆଗୁଆ ଜାମିନ୍ ଆବେଦନର ଶୁଣାଣି କରି କହିଛନ୍ତି ଯେ “ଏହି ମାମଲାରେ ହେପାଜତକୁ ନେଇ ଜେରା କରିବାର କୌଣସି ଆବଶ୍ୟକତା ନାହିଁ। ସେହିପରି ରାଜୀବ କୁମାରଙ୍କୁ ଜେରା କରିବାର ୪୮ ଘଣ୍ଟା ପୂର୍ବରୁ ହିଁ ହାଜର ହେବାକୁ ନୋଟିସ୍ କରିବ। ଯଦି ସିବିଆଇ ତାଙ୍କୁ ଗିରଫ କରିବ, ତା’ହେଲେ କୋର୍ଟ ତାଙ୍କୁ ତୁରନ୍ତ ଜାମିନ୍ ପ୍ରଦାନ କରିବ। ଏଥିପାଇଁ ରାଜୀବଙ୍କୁ ୫୦ ହଜାର ଟଙ୍କାର ସ୍ୟୁରିଟି ଦାଖଲ କରିବାକୁ ପଡ଼ିବ।” ବେ ରାଜୀବ କୁମାର କୋଲକାତା ବାହାରକୁ ଯିବେ କି ନାହିଁ ସେ ସମ୍ପର୍କରେ କୌଣସି ନିର୍ଦ୍ଦେଶ କୋର୍ଟ ଦେଇ ନାହାନ୍ତି।

LEAVE A REPLY

Please enter your comment!
Please enter your name here