ପୁଲିସ କବଜାରେ ଆନ୍ତରାଜ୍ୟ ନକଲି ପୋଲିସ ଗ୍ୟାଙ୍ଗର ସଦସ୍ୟ;ଅବଶିଷ୍ଟଙ୍କୁ ଖୋଜୁଛି ପୋଲିସ।

0
852

ବ୍ରହ୍ମପୁର((ନ୍ୟୁଜଏକ୍ସଟ୍ରା /ଶକ୍ତିଧର ରାଜଗୁରୁ): ବ୍ରହ୍ମପୁର ପୋଲିସକୁ ମିଳିଛି ବଡ଼ ସଫଳତା। କର୍ଣ୍ଣାଟକରୁ ଆସି ବିଭିନ୍ନ ରାଜ୍ୟରେ ନକଲି ପୋଲିସ ଭାବେ ଲୁଟ କରି ଆତଙ୍କ ଖେଳାଉଥିବା ଅନ୍ତଃରାଜ୍ୟ ଠକ ଗ୍ୟାଙ୍ଗର ମାଷ୍ଟର ମାଇଣ୍ଡ ସିକନ୍ଦର ଅଲ୍ଲୀକୁ ପୁଲିସ ଗିରଫ କରିବାରେ ସଫଳ ହୋଇଛି। ବ୍ରହ୍ମପୁର ପୋଲିସ ଜିଲ୍ଲାର ବିଭିନ୍ନ ଥାନା ଇଲାକାରେ ଅନ୍ୟ ବରିଷ୍ଠ ନାଗରିକଙ୍କୁ ଟାର୍ଗେଟ କରି ନିଜକୁ ପୋଲିସ ଅଧିକାରି ଭାବେ ପରିଚୟ ଦେଇ ଗ୍ୟାଙ୍ଗର ସହଯୋଗୀଙ୍କ ସହାୟତାରେ ଅଳଙ୍କାର ଲୁଟ୍ କରି ଚାଲିଥିଲା। ଯାହାକି ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଥିଲା।
ସିକନ୍ଦରର ଅନ୍ୟ ସହଯୋଗୀ ମାନେ ପାପା ଅଲ୍ଲୀ, ଜିଲାନି, ଜାଭେଦ୍, ତନଭିଜ, ଜାଉ, ତାକିର୍ ,ଜାଫର୍ ଓ ଲାଲା ବୋଲି ପୁଲିସ ଜାଣିବାକୁ ପାଇଛି। ସହରର ବିଭିନ୍ନ ଥାନାରେ ସେମାନଙ୍କ ନାମରେ ମାମଲା ରହିଥିବା ବେଳେ ପୁଲିସ ସିକନ୍ଦର ନିକଟରୁ କିଛି ସାମଗ୍ରୀ ଜବତ କରିଛି। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଏସପି ପ୍ରଭାତ କୁମାର ରାଉତରାୟ ଓ ଏସଡ଼ିପିଓ ବିଷ୍ଣୁଚରଣ ପତି ସୂଚନା ଦେଇଥିବା ବେଳେ ଗୋସାଣିନୂଆଗାଁ ଥାନା ଆଇଆଇସି ସୁମିତ ସୋରେନ୍, ଟାଉନ୍ ଥାନା ଅଧିକାରୀ ସୁରେଶ ତ୍ରିପାଠୀ ଉପସ୍ଥିତ ଥିଲେ। ସିକନ୍ଦରର ଅନ୍ୟ ସହଯୋଗୀଙ୍କୁ ଧରିବାକୁ ପୋଲିସ ପକ୍ଷରୁ ତନାଘନା ଜାରୀରହିଛି।

LEAVE A REPLY

Please enter your comment!
Please enter your name here