ନଦୀରେ ଭାସିଯାଇ ଯୁବକ ମୃତ୍ୟୁ

0
381

କୋଷାଗୁମୁଡା(ନ୍ୟୁଜଏକ୍ସଟ୍ରା) ମାଛ ଧରିବାକୁ ଯାଇ ନବରଙ୍ଗପୁର ନିକଟସ୍ଥ ଡାଇଭଙ୍ଗା ନିକଟ ଇନ୍ଦ୍ରାବତୀ ନଦୀରେ ବୁଡ଼ି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ନୀଳକଣ୍ଠ ଅମାବାତ୍ୟ ( ୩୦ ) । ଘର ନବରଙ୍ଗପୁର ଥାନା ଅନ୍ତର୍ଗତ କଈଗୁଡାରେ । ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ରବିବାର ନୀଳକଣ୍ଠ ଇନ୍ଦ୍ରାବତୀ ନଦୀକୁ ମାଛ ଧରିବାକୁ ଯାଇଥିଲେ । ଧରିବା ବେଳେ ସେ ମଝି ନଈର ଗଭୀରକୁ ଚାଲିଯାଇ ବୁଡ଼ି ଯାଇଥିଲେ । ଖବର ପାଇ ନବରଙ୍ଗପୁର ଅଗ୍ନିଶମ କର୍ମଚାରୀମାନେ ଡଙ୍ଗାରେ ଗଭୀର ନଦୀ ଭିତରକୁ ଯାଇଥିଲେ । ହାବିଲଦାର କମଳାକାନ୍ତ ଦାଶ ଅକ୍ସିଜେନ୍‌ ସିଲିଣ୍ଡର ସହାୟତାରେ ୩୦ ଫୁଟ୍ ତଳୁ ଶବ ଉଦ୍ଧାର କରିଥିଲେ । ସହକାରୀ ଷ୍ଟେସନ ଅଫିସର ସୁବାଶିଷ ମୁଦୁଲିଙ୍କ ନେତୃତ୍ବରେ ଡାକ୍ତର ବାରିକ , ମୋହନ ବେହେରା , ମିଥୁନ କୁମାର ନାହାକ , ଡି . ଭୁବୁନୀ ପାତ୍ର , ବିକାଶ ମାଝା ପ୍ରମୁଖ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିଲେ । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

ରିପୋର୍ଟ – ଯୋଗେନ୍ଦ୍ର ପ୍ରସାଦ ମହାନ୍ତି

LEAVE A REPLY

Please enter your comment!
Please enter your name here