ପିପୁଲ୍ସ ଫୋରମ ର ବାର ଘଣ୍ଟିଆ ଶାନ୍ତିପୂର୍ଣ୍ଣ ଗଣଧାରଣା

0
723

କନ୍ଧମାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଫୁଲବାଣୀ ର ଗାନ୍ଧିଛକ ନିକଟସ୍ଥ ଗାନ୍ଧି ମୂର୍ତ୍ତି ନିକଟରେ ଆଜି ପିପୁଲ୍ସ ଫୋରମ ତିନି ଦଫା ନେଇ ଶାନ୍ତପୁର୍ଣ ଗଣଧାରଣା ରେ ବସିଛି।ଦାବୀ ସମୁହ ହେଲା କନ୍ଧମାଳ ରେ ସରକାରୀ ମେଡ଼ିକାଲ କଲେଜ ସ୍ଥାପନ, ରେଲ ସଂଯୋଗୀକରଣ, ସ୍ଥାୟୀ ଜମି ପଟ୍ଟା ଯୋଗେଇଦେବା ନିମନ୍ତେ।ପୂର୍ବରୁ ଜିଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ମଧ୍ୟ ପିପୁଲ୍ସ ଫୋରମ ପକ୍ଷରୁ ଗଣଧାରଣା ରେ ବସିଥିଲେ।ଏହି ଧାରଣା ରେ ସମସ୍ତ ରାଜନେତା, ସାମ୍ବାଦିକ ,ଓକିଲ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନ ର ବ୍ୟକ୍ତି ମାନେ ଯୋଗ ଦେଇଥିଲେ ପୁଣି ଆଜି ଗାନ୍ଧୀ ଜୟନ୍ତି ଉପଲକ୍ଷେ ସକାଳ ସାତଟା ରୁ ଆରମ୍ଭ କରି ସନ୍ଧ୍ୟା ସାତ ଘଣ୍ଟିକା ପର୍ଯ୍ୟନ୍ତ ଏହି ଗଣଧାରଣା ଦିଆଯିବ ବୋଲି ପିପୁଲ୍ସ ଫୋରମ ର ସଭାପତି ଶ୍ରୀ ରାଧାମୋହନ ମହାପାତ୍ର ଓ କଂନଭେନର ବରିଷ୍ଠ ସାମ୍ବାଦିକ ସୁନୀଲ ପଟ୍ଟନାୟକ ପ୍ରକାଶ କରିଛନ୍ତି।ଏହି ଗଣଧାରଣା ରେ ପାଣ ସମାଜର ସଭାପତି ବ୍ରାହ୍ମା ବେହେରା ,କଂଗ୍ରେସର ନେତା ଘନ ଶବର,ଅଭିମନ୍ୟୁ ବେହେରା,ମୁସଲମାନ ସମ୍ପ୍ରଦାୟର ମହମ୍ମଦ ସାକିଲ ଭଳି ବିଭିନ୍ନ ମାନ୍ୟଗଣ୍ୟ ଵ୍ୟକ୍ତି ବିଶେଷ ମାନେ ଏହି ଧାରଣାରେ ବସିଥିଲେ।_*

LEAVE A REPLY

Please enter your comment!
Please enter your name here