ସ୍ବର୍ଗତଃ ସାମ୍ବାଦିକଙ୍କ କୁନି ଝିଅର ଉଜ୍ଜ୍ବଳ ଭବିଷ୍ୟତ ପାଇଁ ସହାୟକ ହେଲେ ସାମ୍ବାଦିକ ଚିଣ୍ଟୁ ଭାଇ

0
424

ବ୍ରହ୍ମପୁର(ନ୍ୟୁଜଏକ୍ସଟ୍ରା/ରଶ୍ମିତା ପାଣିଗ୍ରାହୀ):ସାମ୍ବାଦିକ ଲିଟୁ ଭାଇ ନାମରେ ପରିଚିତ ବ୍ୟକ୍ତିଙ୍କର
ମୃତ୍ୟୁ ଖବର ଆଉ ଜଣେ ସାମ୍ବାଦିକ ଏବଂ ତାଙ୍କ ପତ୍ନୀଙ୍କ ମନକୁ ବିଚଳିତ କରିଥିଲା । ଲିଟୁ ଭାଇଙ୍କ ଝିଅର ଭବିଷ୍ୟତ କଥା ଚିନ୍ତା କରି ଉଭୟେ ଦୁଃଖରେ ଭାଙ୍ଗିପଡିଥିଲେ ଏବଂ ତାହାର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ କିଛି କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏଣୁ ଆଜି ଦୁହେଁ ଲିଟୁ ଭାଇଙ୍କ ଘରେ ପହଞ୍ଚି ବରିଷ୍ଠ ସାମ୍ବାଦିକ ଜଗନ ମୋହନ ମହାପାତ୍ର ଓ ସୁଦୀପ ସାହୁଙ୍କ ଉପସ୍ଥିତିରେ ଉକ୍ତ କୁନି ଝିଅ ନାମରେ ୫୧ ହଜାର ଟଙ୍କାର ଏକ ଫିକ୍ସ ଡ଼ିପୋଜିଟ ପ୍ରଦାନ କରିଛନ୍ତି । ଏହି ସାମ୍ବାଦିକ ଭାଇ ଆଉ କେହି ନୁହଁନ୍ତି ଆମ ଆଦରର ଚିଣ୍ଟୁ ଭାଇ ବା ଚିଣ୍ଟୁ ରାଜଗୁରୁ । ଏହି ମହତ କାମ କରିଥିବାରୁ ସମସ୍ତଙ୍କ ପାଖରୁ ପ୍ରଶଂସାର ସୁଅ ଛୁଟୁଛି ।

LEAVE A REPLY

Please enter your comment!
Please enter your name here