ଡ଼ି.ଏ .ଭି ପବ୍ଲିକ ସ୍କୁଲର ପଲିଥିନ ମୁକ୍ତ ସଚେତନତା ସୃଷ୍ଟି ମୂଳକ ଗଣଦୌଡ଼

0
909

ବ୍ରହ୍ମପୁର (ନ୍ୟୁଜଏକ୍ସଟ୍ରା ବ୍ୟୁରୋ ) : ଗାନ୍ଧୀ ଜୟନ୍ତୀର ୧୫୦ ତମ ବର୍ଷ ପ୍ରତି ଉପଲକ୍ଷେ ସ୍ଥାନୀୟ ଡ଼ି ଏ ଭି ପବ୍ଲିକ ସ୍କୁଲ ତରଫରୁ ଏକ ଗଣଦୌଡ଼ର ଆୟୋଜନ କରାଯଇଥିଲା | ସହରକୁ ପଲିଥିନ ମୁକ୍ତ ରଖିବା ଉଦ୍ଧେଶ୍ୟରେ ସଚେତନତା ସୃଷ୍ଟି କରୁଥିବା ଏହି ଗଣଦୌଡ଼କୁ ବିଦ୍ୟାଳୟର ପରିଚାଳନା ସମିତି ସଭ୍ୟ ଶ୍ରୀଯୁକ୍ତ ଆର .ମୁରୀଲିକ୍ରିଷ୍ଣା ଉଦଘାଟନ କରିଥିଲେ |ଏହା ଖଲିକୋଟ ମହାବିଦ୍ୟାଳୟ ପ୍ରାଙ୍ଗଣ ଠାରୁ ଆରମ୍ଭ ହୋଇ ବିଦ୍ୟନାଥପୁର ପୋଲିସ ଥାନା ପର୍ଯ୍ୟନ୍ତ ଯାଇଥିଲା | ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷା ଶ୍ରୀମତୀ ଧରାଶ୍ରୀ ପାଢ଼ୀଙ୍କ ନେତୃତ୍ୱରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଅଂଶ ଗ୍ରହଣ କରିଥିଲେ |

LEAVE A REPLY

Please enter your comment!
Please enter your name here