ଏକ ନିଆରାଢଙ୍ଗରେ ସରପଞ୍ଚଙ୍କ ଜନ୍ମଦିନ ପାଳନ ଉତ୍ସବ।

0
640

ଢେଙ୍କାନାଳ (ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ପୋରୁହଖୋଜ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ସ୍ଥାନୀୟ ପୋରୁହଖୋଜ ଗ୍ରାମ ପଞ୍ଚାୟତ ସରପଞ୍ଚ ସୁଭଦର୍ଶିନୀ ପରିଡ଼ାଙ୍କ ଏକ ନିଆରା ଢଙ୍ଗରେ ଜନ୍ମ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।


ଜନ୍ମ ଦିବସ ପାଳନ ଅବସରରେ ଉକ୍ତ ପଞ୍ଚାୟତର ସମସ୍ତ ୱାର୍ଡମେମ୍ବର,ବିଧବା ମହିଳା, ସ୍ଥାନୀୟ ବୁଦ୍ଧିଜୀବୀ,ସମାଜସେବୀ ଏବଂ ପଞ୍ଚାୟତ ବାସୀଙ୍କ ମଧ୍ୟରେ ଏହି ଉତ୍ସବଟି ବହୁ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି,ଜନ୍ମ ଦିବସ ପାଳନ ଉତ୍ସବରେ ପଞ୍ଚାୟତର କିଛି ବିଧବା ଏବଂ ଅସହାୟ ମହିଳାମାନଙ୍କୁ ସରପଞ୍ଚ ଶ୍ରୀମତୀ ଶୁଭଦର୍ଶିନୀ ନିଜ ହାତରେ ବସ୍ତ୍ର ବଣ୍ଟନ କରିଥିବା ସହ ବିଭିନ୍ନ ପ୍ରକାରର ବୃକ୍ଷ ଚାରା ମଧ୍ୟ ବଣ୍ଟନ କରିଥିଲେ।ଏଭଳି ଢଙ୍ଗରେ ପାଳନ ହୋଇଥିବା ଦୃଷ୍ଟିରୁ ଦିବସଟି ସମଗ୍ର ଜିଲ୍ଲା ପାଇଁ ଏକ ପ୍ରକାର ସ୍ୱତନ୍ତ୍ର ସହ ପଞ୍ଚାୟତବାସୀଙ୍କ ମଧ୍ୟରେ ତୀବ୍ର ଉତ୍ସାହ ଉଦ୍ଦୀପନା ସହ ଅଞ୍ଚଳବାସୀଙ୍କ ମନରେ ଏକ ପ୍ରକାର ଖୁସିର ଲହରୀ ଦେଖିବାକୁ ମିଳିଛି।

LEAVE A REPLY

Please enter your comment!
Please enter your name here