ବିଜେପୁରେ ସନତ ଗଡ଼ତିଆ ହେଲେ ବିଜେପି ପ୍ରାର୍ଥୀ

0
748

ଭୁବନେଶ୍ବର(ନ୍ୟୁଜଏକ୍ସଟ୍ରା ବ୍ୟୁରୋ) :ବିଜେପୁର ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀ ଘୋଷିତ। ନୂଆଦିଲ୍ଲୀରେ ବସିଥିବା ବିଜେପି ସଂସଦୀୟ ବୋର୍ଡ ବୈଠକରେ ଗଡ଼ତିଆଙ୍କ ନାଁ ଉପରେ ମୋହର ବାଜିଛି।ସନତ ଗଡ଼ତିଆ ୨୦୦୯ରେ ବିଜେପୁରରେ ବିଜେପି ପ୍ରାର୍ଥୀ ହୋଇଥିଲେ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇ ସନତ ୫୩ ହଜାର ୪୮୪ ଖଣ୍ଡ ଭୋଟ ପାଇଥିଲେ। ଏଥର ତାଙ୍କୁ ପୁଣି ବିଜେପି ପ୍ରାର୍ଥୀ କରିଛିସନତ ଗଡ଼ତିଆ ବିଜେଡିର ରୀତା ସାହୁ ଏବଂ କଂଗ୍ରେସର ଦିଲ୍ଲୀପ କୁମାର ପଣ୍ଡାଙ୍କୁ ଟକ୍କର ଦେବେ। ଆସନ୍ତା ୩୦ ତାରିଖରେ ସନତ ପ୍ରାର୍ଥୀ ପତ୍ର ଦାଖଲ କରିବେ।ବିଜେପୁର ଉପ-ନିର୍ବାଚନ ଅକ୍ଟୋବର ୨୧ରେ ହେବ ଏବଂ ୨୪ରେ ଫଳାଫଳ ପ୍ରକାଶ ପାଇବ।

LEAVE A REPLY

Please enter your comment!
Please enter your name here