ଫିଟ ଇଣ୍ଡିଆରେ ସାମିଲ ହୋଇଛି ୟୁଜିସି, ଏଣିକି କଲେଜରେ ହେବ ଫିଟନେସ୍ କ୍ଲାସ୍

0
787

ନୂଆଦିଲ୍ଲୀ: ଏଣିକି ସବୁ ବିଶ୍ୱବିଦ୍ୟାଳୟ ଓ କଲେଜରେ ହେବ ଫିଟନେସ୍ କ୍ଲାସ୍ । ଏଥିପାଇଁ ସ୍ପେଶାଲ ପିରିୟଡ୍ ରହିବ । କେନ୍ଦ୍ର ସରକାରଙ୍କ ଫିଟ୍ ଇଣ୍ଡିଆ ଅଭିଯାନରେ ସାମିଲ ହୋଇଛି ୟୁଜିସି । କଲେଜରେ ଫିଟନେସ୍ ସଚେତନତା ପାଇଁ ସବୁ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ୟୁଜିସି ପକ୍ଷରୁ ଚିଠି ଲେଖାଯାଇଛି । ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ ଓ କର୍ମଚାରୀ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍ ରହିବାର ଆବଶ୍ୟକତା ରହିଛି ବୋଲି କୁହାଯାଇଛି ।
ଏଥିପାଇଁ ଛାତ୍ରଛାତ୍ରୀ, ଅଧ୍ୟାପକ, ସବୁ ବିଶ୍ୱବିଦ୍ୟାଳୟ ଓ କଲେଜର ସମସ୍ତ କର୍ମଚାରୀ ପ୍ରତ୍ୟେକ ଦିନ ଏକ ଘଣ୍ଟା ବ୍ୟାୟାମ କରିବେ । ଯୋଗ, ଧ୍ୟାନ, ଚାଲିବା, ସାଇକେଲିଂ, ଆରୋବିକ୍ସ ଓ ଡ୍ୟାନ୍ସ କରିବାକୁ ପଡ଼ିବ । ଦିନକୁ ୧୦ ହଜାର ଷ୍ଟେପ୍ ସାଇକେଲିଂ ପାଇଁ ମଧ୍ୟ ସଚେତନତା ସୃଷ୍ଟି କରାଯିବ । ଉଚ୍ଚ ଶିକ୍ଷା ଅନୁଷ୍ଠାନରେ ଫିଟନେସ୍ ପାଇଁ ଟ୍ରେନିଂ ଦେବା ପାଇଁ ଫିଟନେସ୍ ଲିଡର ପ୍ରସ୍ତୁତ କରିବାକୁ କୁହାଯାଇଛି ।
ସେହିପରି ସ୍ୱେଚ୍ଛାକୃତ ଭାବେ ଅନୁଷ୍ଠାନର ସଦସ୍ୟ, ଇନ୍ଷ୍ଟ୍ରକ୍ଟର, ଅବସରପ୍ରାପ୍ତ କର୍ମଚାରୀ ଟ୍ରେନିଂ ଦେଇପାରିବେ । ହେଲ୍ଥ ଆଇକନ୍ ଓ ମୋଟିଭେସ୍ନାଲ ସ୍ପିକର ମଧ୍ୟ ଆସି କ୍ୟାମ୍ପସରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ୍ ଦେଇପାରିବେ । ସ୍ୱେଚ୍ଛାକୃତ ଡାକ୍ତରଙ୍କ ଦ୍ୱାରା ବାର୍ଷିକ ହେଲଥ ଚେକ୍ଅପ୍ ମଧ୍ୟ କରିବା ପାଇଁ କୁହାଯାଇଛି । ଏହା ସହ ଛାତ୍ରଛାତ୍ରୀ ଓ କର୍ମଚାରୀମାନେ କିପରି ଡାଏଟ୍ ବାଲାନ୍ସ କରିବେ ସେଥିପାଇଁ ମଧ୍ୟ ଟିପ୍ସ ଦିଆଯିବ

LEAVE A REPLY

Please enter your comment!
Please enter your name here